ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ମାସିକ ସଂକ୍ରାନ୍ତି ଆସର ଅନୁଷ୍ଠିତ।

0
184

 

ବ୍ରହ୍ମପୁର, ୧୭/୧୧: – ସ୍ଥାନୀୟ ଉତ୍କଳ ଆଶ୍ରମ ଭବନ ସଭାଗୃହରେ ବିଛା ସଂକ୍ରାନ୍ତିର ଶୁଭବେଳାରେ ଶ୍ରୀ ମାଁ ବାରାହୀ ଦିବ୍ୟଚେତନା ପରିବାର ଆଧ୍ୟାତ୍ମିକ ପତ୍ରିକା ବୈତରଣୀର ମାସିକ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୁରୁ ଶ୍ରୀ ଗୌରୀଶଂକର ପାଢୀଙ୍କ ତତ୍ତ୍ୱାବଧାନରେ ଏହି ସଭାକୁ ସଭାପତିତ୍ୱ କରିଥିଲେ ଶ୍ରୀ କାଳନ୍ଦୀ ଚରଣ ନାୟକ । ମଞ୍ଚାସିନ ଥିଲେ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଡାକ୍ତର ଚନ୍ଦ୍ରମଣି ସ୍ୱାଇଁ ଏବଂ ଶ୍ରୀ ଶରତ କୁମାର ଦାସ । ଭଗବତ୍ ଆସ୍ଥା ଓ ବିଶ୍ୱାସ ବିଷୟରେ ଆଲୋକପାତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଣପ୍ରଭା ପାଢୀ, ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ, କିରଣବାଳା ମିଶ୍ର, ପ୍ରଫୁଲ୍ଲ ମହାପାତ୍ର ଭଜନ ଆବୃତ୍ତି କରିଥିଲେ । ସ୍ୱର୍ଣମୟୀ ପାଢୀ, ଅମିତା ମିଶ୍ର, ସରୋଜିନୀ ସାହୁ, ଡ଼ ନଳିନୀପ୍ରଭା ଦାସ, ଚନ୍ଦ୍ରଶେଖର ମହାପାତ୍ର, ଭଗବାନ ତ୍ରିପାଠୀ , ଡଃ ପ୍ରକାଶ ଚନ୍ଦ୍ର ଦାସ , ପ୍ରଫୁଲ୍ଲ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ସହ ସମ୍ପାଦକ ନରେଶ କୁମାର ବେହେରା ଏବଂ ବି. ସତ୍ୟମ୍ ଆଚାରୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here