ପୋଖରୀ ସଫା କଲେ କେନ୍ଦ୍ରାପଡା ଏସପି ।

0
182

କେନ୍ଦ୍ରାପଡ଼ା,୧୭/୧୧–କେନ୍ଦ୍ରାପଡା ରୁ ଆସିଲା ଭଲ ଖବର । ପୋଖରୀ ସଫା କଲେ କେନ୍ଦ୍ରାପଡା ଏସପି । କେନ୍ଦ୍ରାପଡା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପଛରେ ଥିବା ଏକ ପରିତ୍ୟକ୍ତ ପୋଖରୀ ଦୀର୍ଘଦିନ ହେବ ଆବର୍ଜନାରେ ଭରି ରହିଥିଲା । ଏହା ଦେଖିବା ପରେ ଆଜି କେନ୍ଦ୍ରାପଡା ଏସପି ନୀତି ଶେଖର ନିଜେ ପୋଖରୀ ସମେତ ଏହାର ଆଖପାଖ ସ୍ଥାନରେ ଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି।ଏସପି ପୋଖରୀ ସଫା କରୁଥିବା ଦେଖି ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି କାମରେ ଲାଗିପଡିଥିବା ଦେଖିବାକୁ ମିଳିଛି । ପ୍ରାୟ ତିନି ଘଂଟା ଲାଗି ପୋଖରୀରେ ଥିବା ଆବର୍ଜନାକୁ ସଫା କରିଥିଲେ ପୋଲିସ କର୍ମଚାରୀ । ଏସପିଙ୍କ ଏହି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here