କଳିଙ୍ଗା ଘାଟି ରେ ମକା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ଥ

0
192

ଫୁଲବାଣୀ, ୧୭/୧୧ -କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଘାଟିରେ ରବିବାର ଏକ ମକା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଆନ୍ଧ୍ରପ୍ରଦେଶର ଏହି ଟ୍ରକର ଚାଳକ ଏବଂ ହେଲପର ଅଳ୍ପକେ ବଞ୍ଚି ଯାଇଛନ୍ତି। ଏକ ମକା ବୋଝେଇ ଟ୍ରକ (ଏପି ୦୫ଟିଡି ୬୩୮୮) କନ୍ଧମାଳ ଜିଲ୍ଲାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଆଜି ଭୋରରେ କଳିଙ୍ଗା ଘାଟିରୁ ଗଡୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ଏକ ବୁଲାଣିରେ ଭାରସାମ୍ୟ ହରାଇଥିଲା। ଟ୍ରକ ଟି ବାମପଟ ସୁରକ୍ଷା ପାଚେରୀକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡିଥିଲା।

LEAVE A REPLY

Please enter your comment!
Please enter your name here