୧୮ଜଣିଆ ଟିମ ସହ, ପାରଳା ରେ ‘ଟିମ କ୍ଲିନ ସିଟି’ ପକ୍ଷ ରୁ ବିଭିନ୍ନ କାର୍ଯ୍ୟକ୍ରମ

0
290

ପାରଳାଖେମୁଣ୍ଡି,୧୮/୧୧- ଗଂଜାମ ଜିଲ୍ଲାର ବ୍ରହ୍ମପୁର ର ସ୍ବେଚ୍ଛାସେବୀ ସଂଘଠନ ‘ଟିମ କ୍ଲିନ ସିଟି’ ତରଫ ରୁ ଶକ୍ତିଧର ରାଜୁଗୁରୁ ଙ୍କ ନେତୃତ୍ୱରେ ଏକ ୧୮ ଜଣିଆ ଟିମ ପାରଳାଖେମୁଣ୍ଡି ପୌରପରିସ ରେ ବାସ କରୁଥିବା ଓ ବିଭିନ୍ନ ସ୍ଥାନ ରେ ଭ୍ରମଣ କିରୁଥିବା ମାନସିକ ବିକୃତି ଲୋକ ମାନଙ୍କୁ ଅନୁସନ୍ଧାନ କରି ସେମାନଙ୍କୁ ସଫା ସୁତୁରା କରିବା ସହ ନୂତନ ବସ୍ତ୍ର ଯୋଗାଇଦେବା ଓ ସେମାନଙ୍କୁ ସୁସ୍ଥ ଖାଦ୍ୟ ଯୋଗାଇଦେଇଥିଲେ । ସେହିପରି ସହର ର ବିଭିନ୍ନ ସ୍ଥାନ ରେ ସର୍ବସାଧାରଣ ଗୁଡିକ ରେ ଲାଗିଥିବା ବ୍ୟାନର ପୋଷ୍ଟର ସଫେଇ କରିଥିଲେ । ଏହି ଟିମ କଲେଜ ଛକ ଠାରୁ ଆରମ୍ଭ କରି ବଡ଼ ବ୍ରାହ୍ମଣ ସାହି ମାଧ୍ୟମରେ ୨ ଜଣ ମାନସିକ ବିକୃତି ଲୋକ ଙ୍କୁ ସଫା ସୁତୁରା କରିବା ସହ ସେମାନଙ୍କୁ ଚୁଟି କାଟି ନୂତନ ବସ୍ତ୍ର ପରିଧାନ କରାଇଥିଲେ । ଏହି ଟିମ ୨୪ ସେପ୍ଟେମ୍ବର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରାୟ ୩୦ ଜଣ ମାନସିକ ବିକୃତି ଲୋକ ଙ୍କୁ ସହାୟତା ର ହାତ ବଡାଇଛନ୍ତି । ପରଳାଖେମୁଣ୍ଡି ରେ ଏହିଭଳି କାର୍ଯ୍ୟକ୍ରମ କରିବା ଦେଖି ଗଜପତି ଜିଲ୍ଲା ଆରକ୍ଷୀ ଅଧକ୍ଷା ସାରା ଶର୍ମା ସହଯୋଗ କରିବା ସହ ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ କରାଗଲେ ସମ୍ପୂର୍ଣ ସହଯୋଗ କରିବେ ବୋଲି ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସହଯୋଗ ହାତ ବଢେଇବା ସହ ଏହି ଟିମ ର ଅଶୋକ କୁମାର ଶୁକ୍ଳା, ରାଜେଶ କୁମାର ସାହୁ, ସୂର୍ଯ୍ୟନାରାୟଣ ଚୌଧୁରୀ, ରାମଚନ୍ଦ୍ର ପଣ୍ଡା ପ୍ରମୁଖ ସହ ମୋଟ ୧୮ ଜଣ ଉପସ୍ଥିତି ଥିଲେ


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here