ଆବାସ କେଳାଙ୍କାରୀର ସମ୍ପୃକ୍ତ ବିଡିଓ ଏବେ ମନ୍ତ୍ରୀଙ୍କ ଓଏସଡି ପ୍ରସଙ୍ଗ ଆବାସ ମହାଦୁର୍ନୀତିର ମହାନାୟକ ପ୍ରତାପ ଆଉ ସେନାପତି ଥିଲେ ସୁବୋଧ – ବିଜେପି ଚୋରହାତରେ ଚାବିକାଟି, କୁଆଡେ ଗଲା ୫ଟି • ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ପଥ ପରିସ୍କାର କଲେ ରାଜ୍ୟ ସରକାର • ତୃତୀୟମହାଲର ଅଣଓଡିଆ ଅଫିସରଙ୍କ ପାଇଁ ବିଜେଡି ଏବେ ଏକ ବିଭାଗ • ମାହାଙ୍ଗାରେ ବିଡିଓ ଥିବା ସୁବୋଧ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

0
336

 

ଭୁବନେଶ୍ୱର, ତା.୧୯/୧୧: ଚୋର ହାତରେ ଚାବିକାଟି ଧରାଇଦେଇ ଆବାସ ମହାଦୁର୍ନୀତିକୁ ସାରା ରାଜ୍ୟରେ କରିବା ପାଇଁ ସରକାର ବାଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାହାଙ୍ଗା ଆବାସ କେଳାଙ୍କାରୀ ଯେଉଁ ଅଫିସରଙ୍କ ଦ୍ୱାରା ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା ନିଜ ନିର୍ବାଚନ ମଣ୍ଡଳୀରେ କରାଇଥିଲେ ସେହିପରି ଜଣେ ଦଳୀୟପ୍ରେମୀ ଅଫିସରଙ୍କୁ ଏବେ ମନ୍ତ୍ରୀଙ୍କ ଓଏସଡି ଭାବେ ସରକାର ପଦୋନ୍ୱତି ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ତେଣୁ ମାହାଙ୍ଗା ଆବାସ କେଳାଙ୍କାରୀ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାମରେ ହୋଇଥିବା ଦୁର୍ନୀତି ପାଇଁ ସମ୍ପୃକ୍ତ ବିଡିଓ ଓ ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଓଏସଡି ଭାବେ ନିଯୁକ୍ତି ପାଇଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ଏକ ସାମ୍ବାଦିକ ସମ୍ମିଳନି କରି ଦାବି କରିଛନ୍ତି ବିଜେପିର ଉପସଭାପତି ସମିର ମହାନ୍ତି । ଏହା ଶୃଗାଳ କାନ୍ଧରେ ମାଂସ ବୋହିବା ଉପଖ୍ୟାନ ଭଳି ବୋଲି ସେ କହିଛନ୍ତି ।

ଏପରି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଆବାସ କେଳାଙ୍କାରୀ ହୋଇଥିବା ମାହାଙ୍ଗାବାସୀ କହୁଥିବା ବେଳେ ୫ଟି କଥା କହୁଥିବା ସରକାରଙ୍କର ଏହା କେଉଁ ଟିରେ ଆସୁଛି ବୋଲି ଦଳ ପ୍ରଶ୍ନ କରିଛି । ଚୋର ହାତରେ ଚାବିକାଠି କୁଆଡେ ଗଲା ୫ଟି ବୋଲି ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ସମୀର କହିଛନ୍ତି ଯେ ମାହାଙ୍ଗାରେ ହୋଇଥିବା ଆବାସ କେଳାଙ୍କାରୀ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କ ଅପେକ୍ଷା ଅଧିକ ଲୋକେ ଘର ହାତେଇଛନ୍ତି । ସେ ମଉଦା ପଂଚାୟତ ହେଉ ଅବା ନିଶ୍ଟିତକୋଇଲି ସବୁଠି ହୋଇଥିବା ଏହି କେଳାଙ୍କାରୀର ମହାନାୟକ ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ଆଉ ତାଙ୍କର ସେନାପତି ସାଜିଥିଲେ ବର୍ତମାନ ତାଙ୍କର ଓଏସଡି ହୋଇଥିବା ତଥା ମାହାଙ୍ଗାର ବିଡିଓ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ । ମାହାଙ୍ଗାରେ ଆବାସ ଯୋଜନାରେ କଳାକନା ବୁଲାଇବା ପରେ ଏବେ ଏହି ଅଫିସରଙ୍କୁ ଧରି ସାରା ରାଜ୍ୟରେ କାୟା ବିସ୍ତାର ପାଇଁ ଚେଷ୍ଟା କରିଛନ୍ତି ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା ।

ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ଆରମ୍ଭ ହୋଇଛି ଚକ୍ରାନ୍ତ । ଆଉ ଏଥିରେ ତାଙ୍କୁ ସହାୟତା କରୁଛନ୍ତି ତୃତୀୟ ମହଲାର କିଛି ଅଣଓଡିଆ ଅଫିସର । ତୃତୀୟ ମହଲାର ଅଣଓଡିଆ ଅଫିସରଙ୍କ ହାତରେ ବିଜେଡି ଏବେ ଗୋଟିଏ ବିଭାଗ ହୋଇଯାଇଛି । ସାଢେ ୪ କୋଟି ଓଡିଆଙ୍କୁ ଠକିବା ପାଇଁ ଶପଥ ନେଇଥିବା ଏହି ଅଣଓଡିଆ ଅଫିସର ମାନେ କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଏବେ ପଦୋନ୍ୱତି ଦେବାରେ ଲାଗିଛନ୍ତି । ଯେଉଁ ଅଫିସର ମାନେ ବିଜେଡି ପାଇଁ କାମ କରୁଛନ୍ତି ସେମାନଙ୍କୁ ସରକାରରେ ଗୁରୁଦାୟିତ୍ୱ ମିଳୁଛି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠି ଓ କୃଷକ ମୋର୍ଚ୍ଚା ସଭାପତି ଶିବାଜି ମହାନ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here