ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ତୃତୀୟ ଦିନ ମହାଆଡ଼ମ୍ବର ରେ ପାଳିତ

0
223

ବ୍ରହ୍ମପୁର,୨୦/୧୧/୧୯ ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ତୃତୀୟ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ଅତି ସୁନ୍ଦର ଭାବେ ଅନୁଷ୍ଠିତ ହୋଇଯାଇଅଛି।ଏହି ପବିତ୍ର ନବୀନାର ଦିବ୍ୟଯଜ୍ଞରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି, ଯାଜକ ସୁରେଶ ନାୟକ,ଯାଜକ ସାଇମନ ଏଲୁଭାଥିଙ୍ଗାଲ,ଯାଜକ ପିଟର ଛିଞ୍ଚାଣି ଓ ଯାଜକ ମହେନ୍ଦ୍ର ବେହେରା ଦିବ୍ୟଯଜ୍ଞ ଉତ୍ସର୍ଗ କରିଥିଲେ। ଯାଜକ ସାଇମନ ଏଲୁଭାଥିଙ୍ଗାଲ ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ “Marry, Queen of Families” ବା “କୁମାରୀ ମେରୀ ସକଳ ପରିବାରର ରାଣୀ”,ଏହି ବିଷୟରେ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେଇଥିଲେ। Holy Cross Convent ର ଛାତ୍ରୀ ମାନେ ସଙ୍ଗୀତ ପରିଚାଳନା କରିଥିଲେ ଏବଂ Holy Cross Convent ସଂଘର ସେବାଭଗ୍ନୀ ଗଣ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ମଣ୍ଡିଆପଲ୍ଲୀ, ଆମ୍ବପୁଆ,ଶରଧବାଲି,ଖୋଡ଼ାସିଙ୍ଗି,ଇଂଞ୍ଜିନିଅରଂସ୍କୁଲ ,ମେଡିକାଲ କଲେଜ,ଅରବିନ୍ଦ ନଗର ଓ ରମ୍ପା ସାହି ଅଂଚଳର ଭକ୍ତଗଣ ଏହି ଦିବ୍ୟଯଜ୍ଞ ପରିଚାଳନାର ଦାୟିତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here