୬୦ କିଲୋ ଗଞ୍ଜେଇ ସହ ଜଣେ ଗିରଫ

0
460

ପାରଳାଖେମୁଣ୍ଡି ,୨୦/୧୧– ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ରଣାଇଲଇ ଠାରୁ ନୂଆଗାଁ ରାସ୍ତା ମଧ୍ୟରେ ଥିବା ଗଡର ଗ୍ରାମ ନିକଟରେ ଏକ ଆଡରେ ଚୋରା ଗଞ୍ଜେଇ ଚାଳନ ହେଉଥିବା ବେଳେ କୈାଣସି ସୂତ୍ରରୁ ଖବର ପାଇ ଅଟୋରିକୃ ଅଟକାଇ ପଚରା ଉଚରା କରିଥିଲେ। ଖୋଳତାଳ କରିବାରୁ ସେହି ଅଟୋରିକୃରୁ ୫ ଗୋଟି ବସ୍ତାରୁ ପ୍ରାୟ ୬୦ କିଲୋର ଗଞ୍ଜେଇ ବାହାରିଥିଲା। ୬୦ କିଲୋ ଗଞ୍ଜେଇ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ମଣ୍ଡଳଙ୍କୁ ଗିରଫ କରିବା ସହ ଏହି ଗଞ୍ଜେଇ ଚୋରା ଚାଲାଣରେ ଅନ୍ୟ ଚାରି ଜଣ ଫେରାର ହୋଇଯାଇଥିବା ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here