ଦୋକାନୀ ଦୋକାନର ନାମଫଳକ ଓଡ଼ିଆରେ ନଲେଖିଲେ ଗଣିବେ ୨୫ ହଜାର ଟଙ୍କା ଜୋରିମାନା। ଲୋକାର୍ପିତ ହେଲା ଓ୍ବେବ୍ ପୋର୍ଟାଲ ” ଓଡ଼ିଆ ଫଳକ “

0
183

ଭୂବନେଶ୍ୱର,୨୦/୧୧-ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ଉନ୍ମୋଚନ କରିଛନ୍ତି।ଶ୍ରମ ବିଭାଗ ପକ୍ଷରୁ ଇ-ପୋର୍ଟାଲ ଉନ୍ମୋଚନ ହେବା ପରେ ଆଗାମୀ ଦିନରେ ଓଡ଼ିଆରେ ନାମ ଫଳକ କଡ଼ାକଡ଼ି ଭାବେ ଲାଗୁ କରାଯିବ। ରାଜ୍ୟର ପ୍ରତି ଦେକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ଓଡ଼ିଆ ନାମ ଫଳକ ଲେଖାଯିବ। ଓଡ଼ିଆରେ ନାମ ଫଳକ ନଲେଖିଲେ ପ୍ରଥମ ଥର ୧ ରୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ଦ୍ୱିତୀୟ ଥର ନିୟମ ନମାନିଲେ ୨ ହଜାରରୁ ସର୍ବାଧିକ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।ପଡ଼ିବ।
(ବ୍ୟୁରୋ ରିପୋର୍ଟ)

LEAVE A REPLY

Please enter your comment!
Please enter your name here