ମୋବାଇଲ ଫୋନ ର ବ୍ୟାଟେରି ଫାଟି ୨ ନାବାଳକ ଗୁରୁତର

0
246

ବ୍ରହ୍ମପୁର, ୨୦/୧୧-ମୋବାଇଲ ଫୋନ ର ବ୍ୟାଟେରି ଫାଟି ଦୁଇ ନାବାଳକ ଗୁରୁତର । ବ୍ୟାଟେରିକୁ ନେଇ ଘରେ ଖେଳୁଥିବା ବେଳେ ଫୁଟିଥିବା ସୂଚନା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗାଁରେ ସୂଚନା ଅନୁଯାୟୀ, ନାଇକାଣୀପଲ୍ଲୀ ଗ୍ରାମର ବସନ୍ତ ସ୍ୱାଇଁଙ୍କ ବଡ଼ ପୁଅ ରାଜେଶ ସ୍ୱାଇଁ (୧୩) ଓ ସାନ ପୁଅ ଆକାଶ ସ୍ୱାଇଁ (୧୦) ମୋବାଇଲ ବ୍ୟାଟେରି ସହ ଘରେ ଖେଳୁଥିଲେ । କୌଣସି ଅସାବଧାନତା ଯୋଗୁଁ ବ୍ୟାଟେରି ଟି ଜୋରେ ଶବ୍ଦ କରି ଫାଟି ଯାଇଥିଲା । ଫଳରେ ଦୁଇ ପିଲାଙ୍କ ହାତ, ଗୋଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭିର କ୍ଷତ ସୃଷ୍ଟି ହୋଇଥିଲା । ଦୁହିଁଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଦୁହିଁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
(ବ୍ୟୁରୋ ରିପୋର୍ଟ)

LEAVE A REPLY

Please enter your comment!
Please enter your name here