ଦୁଷ୍କର୍ମରେ ନାବାଳିକା ଶିକାର ଥାନାରେ ଅଭିଯୋଗ ।।

0
189

ହିଞ୍ଜିଳିକାଟୁ ,୨୧/୧୧ଗଞ୍ଜାମ ଜିଲ୍ଲା ହିଞିଳି ଥାନା ଅଞ୍ଚଳର ଜଣେ ୧୦ବର୍ଷର ନାବାଳିକାକୁ ଜଣେ ୬୫ବୟସ୍କ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ Vହୋଇଛି ।ଘଟଣା ରୁ ପ୍ରକାଶ ଯେ ଗତ ଶନିବାର ଅପରାହ୍ନରେ ହିଞିଳି ଥାନା ଅଞ୍ଚଳର ଜଣେ ନାବାଳିକା ଖେଳ ବୁଲ କରୁଥିବା ବେଳେ ଘର ନିକଟରେ ଥିବା କିରାଣୀ ଦୋକାନ ମଳିକ ୬୫ବର୍ଷୀୟ ବୃଦ୍ଧ ନାବାଳିକାକୁ ଦୋକାନ ଭିତରକୁ ଡାକି ମା ଘରେ ଥିବା ନଥିବା ବୁଝି ଆଳୁ ଗୋଟା ଗୋଟି କରି ବସ୍ତାରେ ଭରିବାକୁ କହିଥିଲା ।ନାବାଳିକା ଜଣକ ଦୋକାନୀ କଥା ରେ ଆଳୁ ଏକାଠି କରୁଥିବା ସମୟରେ ଦୋକାନ ଆଗରେ କେହି ନଥିବାର ଦେଖି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ଘଟଣା ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ଫେରିଥିଲା ।କାନ୍ଦୁଥିବା ଦେଖି ସାହି ପଡୋଶୀଙ୍କ ଠାରୁ ଖବର ଶୁଣି ମା ଘରକୁ ଆସି ଝିଅକୁ କଣ ପାଇଁ କାନ୍ଦୁଛୁ ପଚାରିଥିଲେ ।ହେଲେ ମଧ୍ୟ ନାବାଳିକା ଘଟଣାର ବିଷୟରେ କହି ନଥିଲେ।ଏ ସମ୍ପର୍କରେ ରବିବାର ନାବାଳିକା ନିଜ ମାଙ୍କୁ ସବୁ କଥା କହିଥିଲା ।ଘଟଣା ସମ୍ପର୍କରେ ନାବାଳିକାର ମା ଦୋକାନୀକୁ ପଚାରିବାରୁ ତାଙ୍କ ସମ୍ପର୍କୀୟ ପିଡିତାର ମାଙ୍କୁ ଗାଳି ଗୁଳଜ କରିବା ସହ ଧମକ ଦେଇଥିଲେ ।ଘଟଣା ଗ୍ରାମରେ ପ୍ରଘଟ ହେବା ପରେ ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜଣାପଡିଥିଲା ।ବୁଧୁବାର ରାତିରେ ପିଡିତାଙ୍କ ମା ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପରେ ସାହସ ସହିତ ହିଞିଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ହିଞିଳି ପୋଲିସ ଘଟଣା ର ତଦନ୍ତ ଚଳାଇଛି ।ପିଡିତାଙ୍କ ମା ଏକ ସରକାରୀ କର୍ମଚାରୀ ହୋଇଥିବାରୁ ମାମଲାର ରଫାଦଫା କରି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ ଚଳାଇଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ:ପ୍ରିୟବ୍ରତ ପଣ୍ଡା

LEAVE A REPLY

Please enter your comment!
Please enter your name here