ବ୍ଳକ ସ୍ତରୀୟ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ

0
162

ହିଞିଳିକାଟୁ :-୨୧/୧୧ -ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ,ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର, ଏବିଇଓ ବିଶ୍ୱନାଥ ମହାରଣା ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ଅତିଥି ମାନେ ପ୍ରଥମେ ବୁରୁପଡା ପଞ୍ଚାୟତର ନୂଆ ବୁରୁପଡା ଠାରେ ଶିଶୁକନ୍ୟା ମାଙ୍କ ଘରେ ପହଞ୍ଚି ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପୁଅଙ୍କ ତୁଳନାରେ କୌଣସି ଗୁଣରେ ଝିଅ କମ୍‌ ନୁହଁନ୍ତି ବୋଲି ଅତିଥି ମାନେ ପରାମର୍ଶ ଦେଇଥିଲେ। ଅତିଥି ବୃନ୍ଦ କିଛି ଶିଶୁଙ୍କ ପାଦରେ ହଳଦୀ ଅଳତା ଓ ମୁଣ୍ଡରେ ଚନ୍ଦନ ଟୋପା ଲଗାଇବାସହ କେକ୍‌ କାଟି ଶିଶୁମାନଙ୍କୁ ଖୁଆଇ ଓ ମା’ମାନଙ୍କୁ ପ୍ରଦାନ କରିଥିଲେ। କନ୍ୟା ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଥିବା ନେଇ ହିଞିଳିକାଟୁର ୨୧ଟି ପଞ୍ଚାୟତର ଗ୍ରାମପଞ୍ଚାୟତର ୪୩ ଶିଶୁକନ୍ୟା ମାଆଙ୍କୁ ସମ୍ମାନିତ କରିବା ସହ ମାନ ପତ୍ର ଓ ଚାରା ରୋପଣ କରାଯାଇଛି। ସେହିପରି ଅନୁରୂପଭାବରେ ଗଣ୍ଡଳା ପଞ୍ଚାୟତ , ମୋହନାପୋଲି ଗ୍ରାମ ମାନଙ୍କରେ ଅଙ୍ଗନବାଡି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନଙ୍କୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ରେ ବାଲ୍ୟ ବିବାହ ରୋକିବା ଭୃଣ ହତ୍ୟା, ଗୁଣିଗାରେଡି ପ୍ରଥାର ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ସମସ୍ତଙ୍କୁ ସଚେତନତା ନିମନ୍ତେ ଏକ ଶପଥ ପାଠ କରିବା ସହିତ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ମଧ୍ୟ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ହୋଇଥିଲା ।ପରେ ଶିଶୁ କନ୍ୟା ଓ ମା’ ମାନଙ୍କୁ ସମ୍ମାନିତ କରି ମିଷ୍ଟାନ୍ନ ବଣ୍ଟନ କରିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ, ଗୋୖରୀ ସାହୁ, ରାଜେଶ ସାହୁ,ମନୋଜ ପ୍ରଧାନ,ସୁଧାଂଶୁ ସାହୁ ପ୍ରମୁଖଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ, ସୁପରଭାଇଜର ବନଜା ବେହେରା, ,ସୋନାଲି ବେହେରା ପରିଚାଳନା କରିଥିବା ବେଳେ ଶତାଧିକ ମାଆମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here