ସଡକ ସୁରକ୍ଷା ସଚେତନତା ଓ ସମୂହ ସଫେଇ କାର୍ଯ୍ୟକ୍ରମ

0
351

ହିଞିଳିକାଟୁ ୨୨/୧୧ ରାଜ୍ୟ ସରକାରଙ୍କ ଯୁବ କଲ୍ୟାଣ ପରିଷଦ ପକ୍ଷରୁ ବିଜୁ ଯୁବ ବାହିନୀଙ୍କ ଦ୍ୱାରା ସଡକ ସୁରକ୍ଷା ଓ ଆର୍ଟିଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହିଞିଳିକାଟୁ ପୌର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନଙ୍କ ନେତୃତ୍ୱରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର , ଥାନାଧିକାରୀ ଅଭିମନ୍ୟୁ ଦାସ,ବିଇଓ ବସନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତରେ ସ୍ଥାନୀୟ ପୋୖର ପରିଷଦ ପରିସରେ ଶୁକ୍ରବାର ବିଜୁ ଯୁବ ବାହିନୀ ଓ ତିରଙ୍ଗା ଯୁବ ସଂଘ ଓ ପୌର ପରିଷଦ ସମସ୍ତ କର୍ମଚାରୀମାନଙ୍କୁ ନେଇ ସାମୁହିକ ସଫେଇ କାର୍ଯ୍ୟକ୍ରମ ହୋଇଥିଲା। ପୋୖର ପରିଷଦ ନିକଟରୁ ସମୂହ ସଫେଇ କାର୍ଯ୍ୟକ୍ରମ କରି ଏକ ଶୋଭାଯାତ୍ରାରେ ବାହାରି ପରିବା ବଜାର ଦେଇ ତାରାତାରିଣୀ ରୋଡ ସ୍ଥିତ କାଳୀମନ୍ଦିର ଠାରେ ପହଞ୍ଚି ସଡକ ସୁରକ୍ଷା ସଚେତନତା ଅଭିଯାନ ଆରମ୍ଭ କରିଥିଲେ ।ସଡ଼କ ସଚେତନତା ରେ ମୋଟର ଯାନ ଯାତ୍ରୀମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ବିଜୁ ଯୁବ ବାହିନୀ ଓ ପୋୖର ପରିଷଦ କର୍ମଚାରୀ ମାନେ ଦୁଇ ଚକିଆ ଓ ଚାରି ଚକିଆ ଯାନକୁ ଅଟକାଇ ହେଲମେଟ ଓ ସିଟ ବେଲ୍ଟ ପରିଧାନ କରିବା ପାଇଁ କୁହାଯାଇଥିଲା ।ସେହିପରି ହେଲମେଟ ଓ ସିଟ ବେଲ୍ଟ ପରିଧାନ କରି ଯାତ୍ରା କରୁଥିବା ଆରୋହି ମାନଙ୍କୁ ସ୍ଥାନୀୟ ଥାନାଧିକାରୀ ଶ୍ରୀ ଦାସ ଗୋଲାପ ଫୁଲ ଦେଇ ଶୁଭେଚ୍ଛା ଜଣାଇ ଯାତ୍ରା ମଙ୍ଗଳମୟ ହେଉ କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲୀପ ମିଶ୍ର, ଅଶ୍ୱିନୀ ନାୟକ, କୈଳାସ ସାବତ, କିଷାନ ପାତ୍ର ବିବେକାନନ୍ଦ ମହାପାତ୍ର ,ସନ୍ଧ୍ୟା ରାଣୀ ପଟ୍ଟନାୟକ, ଲାଲମୋହନ ସେଠୀ, ଭାସ୍କର ସାହୁ,ଅଭିରାମ ସାହୁ ,ଏ ମୋହନ ରାଓ ଆଚାରୀ ପୋୖର କର୍ମଚାରୀ ସମେତ ଛାତ୍ର ଯୁବ ସଭାପତି ସବୀର ପଣ୍ଡା,ତିରଙ୍ଗା ଯୁବକ ସଂଘ ସଭାପତି ରଞ୍ଜନ ସାହୁ,ଲଷ୍ମୀ ନାରାୟଣ ପଟ୍ଟନାୟକ ସମେତ ବିଜୁ ଯୁବ ଗୋଷ୍ଠୀ ଓ ବହୁ ତିରଙ୍ଗା ସଂଘ ଯୁବ ଯୁବଗୋଷ୍ଠୀ ଏଥିରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here