ଗଜପତି ଉତ୍ସବ -୨୦୧୯ ଆୟୋଜନ ହେବା ନେଇ ପ୍ରସ୍ତୁତି ବୈଠକ

0
166

ପାରଳାଖେମୁଣ୍ଡି, ୨୩/୧୧– ଗଜପତି ଜିଲ୍ଲା ସ୍କିତ ଆ ନ୍ଦ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମାନିଯୁକ୍ତି ତାଲିମ ପ୍ରଦାନ କେନ୍ଦ୍ର ସମ୍ମୀଳନି ଗୃହଠାରେ ଗଜପତି ଉତ୍ସବ-୨୦୧୯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିସେମ୍ବର ୧୮ରୁ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଏହି ଗଜପତି ଉତ୍ସବ ହେବ ବୋଲି ଆଜି ଜିଲ୍ଲାପାଳ ଅନୁପମ ଶାହାଙ୍କ ଅଧ୍ୟକ୍ଷତାରେ ସ୍ଥିର କରାଯାଇଛି। ଗଜପତି ଉତ୍ସବ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଅତି ଆଡମ୍ବରରେ ପାଳନ କରାଯିବ ବୋଲି କହିଛନ୍ତି। ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଉପ-ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଭାରପ୍ରାପ୍ତ ପିଓ, ଡିଆରଡିଏ ସରୋଜ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାୟଙ୍କ ସମେତ ପଦଅଧିକାରୀ , ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରମୁଖ୍ୟ ଯୋଗଦେଇ ଥିଲେ। ଗଜପତି ଉତ୍ସବ ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ, ଉପାଧ୍ୟକ୍ଷ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳା ବିଧାୟକ କେ. ନାରାୟଣ ରାଓ, ମୋହନା ବିଧାୟକ ଦାଶରଥି ଗମାଙ୍ଗ ପ୍ରମୁଖ ରହିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହତ ବିଭିନ୍ନ କମିଟି ମାନ ଗଠନ କରାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସାଂସ୍କୃତିକ ଦଳ ଆସିବେ। ଏଥି ସହ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନେ ମଧ୍ୟ ଅଂଶ ଗ୍ରହଣ କରିବେ।


ରିପୋର୍ଟ:ପ୍ରଭାତ ପାତ୍ର

LEAVE A REPLY

Please enter your comment!
Please enter your name here