ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ଯ କାର୍ଯ୍ୟକ୍ରମ ରେ ଗଞ୍ଜାମ ର ସଫଳତା

0
276

ବ୍ରହ୍ମପୁର,୨୩/୧୧– ଗଞ୍ଜାମ ଜିଲ୍ଲା ମୂଖ୍ଯଚିକିତ୍ସା ଅଧିକାରୀ ଙ୍କ ଅଧକ୍ଷତା ରେ ଆଜି ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ର ବିଭିନ୍ନ ସଫଳତା ଜଣାଇବା ପାଇଁ ଏକ କାର୍ଯ୍ୟକ୍ରମ ଆଇ ଇ ସି ହଲ୍ ରେ ଅନୁଷ୍ଠିତ ହୋଇଥିଲା ।ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମ ରେ ଜନ୍ମ ରୁ ୧୮ ବର୍ଷ ର ସମସ୍ତ ଶିଶୁ ଙ୍କୁ ସ୍କ୍ରିନିଙ୍ଗ କରାଯାଇ ସେଇଥି ମଧ୍ୟ ରୁ ଜନ୍ମଗତ ତ୍ରୁଟି, ଅଭାବ ଜନିତ ତ୍ରୁଟି, ବିଭିନ୍ନ ରୋଗ ଏବଂ ବିକାଶ ଜନିତ ତ୍ରୁଟି, କୁ ଚି଼ହ୍ନଟ କରି ମୋବଇଲ ହେଲଥ ଟିମ ଦ୍ୱାରା deic ବ୍ରହ୍ମପୁର କୁ ପଠା ଯାଏ. ସେଠି ସେମାନଙ୍କୁ ବିଭିନ୍ନ ଚିକିତ୍ସା ଦ୍ୱାରା ଭଲ କରିବାକୁ ଉଦ୍ୟମ କରାଯାଏ. ଏବେ ସୁଦ୍ଧା ୩୩୬ ଟି ଗ୍ରହଣ ଖଣ୍ଡିଆ, ୨୦୪ଟି ବଙ୍କା ପାଦ, ୧୩୬ ଟି ହାର୍ଟ ରେ ତ୍ରୁଟି, ଏବଂ ୧୧୮ ଟି ଆଖିରେ ପରଲ ଥିବା ଶିଶୁ ଙ୍କୁ ସଫଳ ଭାବେ ଅପେରସନ କରାଯିବା ସହ ସମୁଦାୟ ୩୮ ପ୍ରକାର ରୋଗ ର ୧୮୮୨୯ ଜଣ ଶିଶୁ ଙ୍କୁ ସରକାର ଙ୍କ ତରଫରୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଇଛି ବୋଲି ଜିଲ୍ଲା ମୂଖ୍ଯ ଚିକିତ୍ସା ଅଧିକାରୀ ବିଜୟ ପାଣିଗ୍ରାହୀ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ, ଏଡିଏମଓ ଡାକ୍ତର ଜଗଦୀଶ, ଆରବିଏସକେ ମ୍ୟାନେଜେର ସନ୍ଦୀପ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଏବଂ ଆରବିଏସକେ ର ସମସ୍ତ ଆୟୁଷ ଡାକ୍ତର ସଫଳ ଭାବେ ଅପେରସନ ହୋଇଥିବା କିଛି ଶିଶୁ ଓ ଅଭିଭାବକ ଯୋଗ ଦେବା ସହ କିଛି ଅଭିଭାବକ ନିଜର ଅନୁଭୂତି ପ୍ରକାଶ କରିବା ସହ ମାଗଣା ରେ ସବୁ ଚିକିତ୍ସା ପାଇବା ହେତୁ ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ।ସେପ୍ଟେମ୍ବର ମାସରେ ୨୩ ଜଣ ଶିଶୁ ଙ୍କ ହାର୍ଟ ଅପେରସନ ସଫଳ ଭାବେ ସତ୍ୟ ସାଇ ହାର୍ଟ ହସ୍ପିଟାଲ ଅହମଦାବାଦ ରେ ସରକାର ଙ୍କ ତରଫରୁ ସମ୍ପୂର୍ଣ ମାଗଣା ରେ ହୋଇଥିଲା।

LEAVE A REPLY

Please enter your comment!
Please enter your name here