ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ଷଷ୍ଠ ଦିନ ମହାଆଡ଼ମ୍ବର ରେ ପାଳିତ

0
218

ବ୍ରହ୍ମପୁର,୨୩/୧୧/୧୯- ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ଷଷ୍ଠ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ପାଳନ କରାଯାଇଅଛି।ଛତ୍ରପୁର ପାରିଷର ଯାଜକ କୁନାଳ ବଳିଆରସିଂ,ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ ଯାଜକ ହେନେରୀ ସିଂ “Mary, Queen of Peace” ବା “କୁମାରୀ ମାରିୟା ଶାନ୍ତିର ରାଣୀ”, ଏହି ବିଷୟରେ ଅତି ସୁନ୍ଦର ଭାବରେ ପ୍ରଚାର କରିଥିଲେ। ଏହି ପବିତ୍ର ନବୀନାରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି,ଯାଜକ ସୁରେଶ ନାୟକ, ଯାଜକ ଅଜିତ ଲାକ୍ରା ଏବଂ ଯାଜକ ଫ୍ରେଡିକ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ।ଛତ୍ରପୁର ଧର୍ମାଞ୍ଚଳର ଖ୍ରୀଷ୍ଟ ବିଶ୍ୱାସୀ ମାନେ,OCD ଯାଜକ ମାନେ,HGN ଯାଜକ ମାନେ, ଡୋରୋଥିଆନ ସଙ୍ଘର ସେବାଭଗ୍ନୀ ମାନେ,CST ସଙ୍ଘର ସେବାଭ୍ରାତା ମାନେ, St. John of God ସଙ୍ଘର ସେବାଭ୍ରାତା ମାନେ, CSST ସଙ୍ଘର ସେବାଭଗ୍ନୀ ମାନେ, Great Carmelite ସଙ୍ଘର ସେବାଭଗ୍ନୀ ମାନେ ଏବଂ St. Anne’s Convent ର ସେବାଭଗ୍ନୀ ମାନେ ଅତି ସୁନ୍ଦର ଭାବେ ସଙ୍ଗୀତ ଗାୟନ ଏବଂ ଦିବ୍ୟଯଜ୍ଞ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here