ବସ ଚାପାରେ ପ୍ରଥମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ଟାୟାର ଜାଳି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

0
172

ଦିଗପହଣ୍ଡି,୨୩/୧୧-
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୌଡଗାଁ ପଞ୍ଚାୟତ ଅନ୍ତର୍ଗତ ଦାଉଣୀ ଗାଁ ଛକ ନିକଟରେ ଶନିବାର ଅପରାହ୍ନ ସାଢେ ୩ ଘଣ୍ଟା ସମୟରେ କନକ ଦୁର୍ଗା ନାମକ ଯାତ୍ରୀବାହୀ ବସ ନଂ ଟି ଏନ୍ ୪ ବି – ୨୬୩୩  ରୁ ଓହ୍ଲାଉଥିବା ବେଳେ ଚକ ତଳେ ପଡି ଜଣେ ପ୍ରଥମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  । ମୃତ ଛାତ୍ର ଜଣକ ହେଲେ କେ. ନୂଆଗାଁ ଥାନା  ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସିଲୁ ସାହୁ (୦୫) ବୋଲି ଜଣାପଡିଛି  । ମୃତ ସିଲୁଙ୍କ ଦେହ ଅସୁସ୍ଥ ଥିବା ହେତୁ ବାପା, ମାଆଙ୍କ ସହ ସେ  ବ୍ରହ୍ମପୁର ମେଡିକାଲକୁ ଯାଇ ଚିକିତ୍ସା ହୋଇ   ଘରୋଇ ଯାତ୍ରୀବାହୀ ବସରେ ଆସି  ଗ୍ରାମ ନିକଟରେ ଓହ୍ଲାଉଥିବା ବେଳେ ପଛ ଚକ ତଳେ ପଡି ଯିବାରୁ ଚକଟି ଛାତ୍ର ଉପରେ ମାଡି ଯାଇଥିଲା  ।ଘଟଣାସ୍ଥଳରେ ଛାତ୍ର ଜଣକ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ନିକଟସ୍ଥ ଗୌଡ ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ ଘୋଷଣା କରିଥିଲେ  । ଦୁର୍ଘଟଣା  ପରେ ଗାଡିଟି ଦ୍ରୁତଗତିରେ ପଳାଇଥିଲା  । ପ୍ରତିବାଦରେ   ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ  ଦେହ  କୁ ରାଜରାସ୍ତାରେ ରଖି ଟାୟାର ଜାଳି  ଅବରୋଧ କରିଥିଲେ  । କେ. ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା ।ପୋଲିସ ଥାନା ମାମଲା ନଂ ୨୩୭/୧୯ ଅନୁଯାୟୀ ମାମଲା ରୁଜୁ କରିଛନ୍ତି।ମୃତଦେହ କୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଯାଇଛି।ଗିରଫ ଭୟରେ ଗାଡ଼ି ଚାଳକ ଫେରାର ଥିବା ଜଣାପଡିଛି।


ରିପୋର୍ଟ:ହିମାଶୁଂ ଶେଖର ସାବତ

LEAVE A REPLY

Please enter your comment!
Please enter your name here