ଗଞ୍ଜାମ ରେ “ମୋ ସରକାର”ଛାଟ। ସଦରଥାନା ନିମଖଣ୍ଡି ଫାଣ୍ଡି ଅଧିକାରୀ ନିଲମ୍ବିତ।

0
158

କୁକୁଡାଖଣ୍ଡି, ୨୫/୧୧- ଗଞ୍ଜାମ ଜିଲ୍ଲାରେ ମୋ ସରକାରର ପ୍ରଭାବ। ଅଭିଯୋଗ ପରେ ହୋଇଛି ତୁରନ୍ତ କାର୍ଯ୍ୟନୁଷ୍ଟାନ ତାହା ପୁଣି ପୋଲିସ ବିଭାଗରେ । ଏହାକୁ ଦେଖି ସମସ୍ତ ପୋଲିସ କର୍ମଚାରୀ ଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। କାର୍ଯ୍ୟ ରେ ଅବହେଳା କାରଣରୁ ନିଲମ୍ବିତ ହୋଇଛନ୍ତି ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଫାଣ୍ଡିରେ କାର୍ଯ୍ୟରତ ଫାଣ୍ଡି ଅଧିକାରୀ ପ୍ରଫୁଲ ଶତପଥୀ।ରାଜ୍ୟ ସରକାରଙ୍କ ମୋ ସରକାର ର ଚାଟ ଡ଼ି ଆଇ ଜି ଙ୍କ ତରଫରୁ ଏଏସଆଇଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।ଅସମର୍ଥୀତ ସୂଚନା ମୁତାବକ ବାଲେଶ୍ବର ଜଣେ ବ୍ୟକ୍ତିଙ୍କ ବାଇକ୧୦ ଦିନ ପୂର୍ବରୁ ନିମଖଣ୍ଡି ଫାଣ୍ଡି ଅଞ୍ଚଳରୁ ଚୋରି ହୋଇଥିଲା ଏନେଇ ସେ ଫାଣ୍ଡିରେ ଅଭିଯୋଗ କରିଥିଲେ।ତାଙ୍କ ଗାଡି ଚିକିଟି ଫାଣ୍ଡି ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା।ଉକ୍ତ ସମୟରେ ବ୍ୟକ୍ତି ଜଣଙ୍କୁ ୭ଶହ ଟଙ୍କା କିଏ ମାଗିଥିବା ନେଇ ମୋ ସରକାର ସହାୟତା ନମ୍ବର ରେ ଅଭିଯୋଗ କରିଥିଲେ ।ଅଭିଯୋଗ ପ୍ରକାରେ ଏଏସଆଇ ଙ୍କୁ ନିଲମ୍ବିତ କରିଛନ୍ତି ଡ଼ି ଆଇ ଜି ।ଏନେଇ ନିଲମ୍ବିତ ଏଏସଆଇ ଜଣଙ୍କ କହିଛନ୍ତି ଅଭିଯୋଗ ଭିତ୍ତିହୀନ ,ଏନେଇ କୈଣସି ତଦନ୍ତ କରାଯାଇ ନିଲମ୍ବିତ କୁ ସହଜେ ଗ୍ରହଣ କରିପାରୁନାହାନ୍ତି।

LEAVE A REPLY

Please enter your comment!
Please enter your name here