*ଛାତ୍ରଛାତ୍ରୀଙ୍କ ପାଣି ପିଇବା ପାଇଁ ଦିନକୁ ୩ ଥର ବାଜିବ ବେଲ୍ । ଆରମ୍ଭ ହେଲା ସରକାରଙ୍କ ‘ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ’ କାର୍ଯ୍ୟକ୍ରମ ।*

0
165

ବ୍ରହ୍ମପୁର,୨୫/୧୧-(ହିମାଶୁଂ ଶେଖର ସାବତ) ଆଜି ଜିଲ୍ଲାପାଳ ଙ୍କ ଦ୍ବାରା ଆରମ୍ଭ ହୋଇଛି ‘ଜଳ ଘଣ୍ଟି’।
ଜଳ ହିଁ ଜିବନ । ମଣିଷକୁ ସୁସ୍ଥ ଓ ରୋଗ ମୁକ୍ତ ରହିବାକୁ ହେଲେ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଶୁଦ୍ଧ ଜଳ ଆବଶ୍ୟକ । ଡାକ୍ତରଙ୍କ ମତରେ ଠିକ ସମୟରେ ଆବଶ୍ୟକ ମୁତାବକ ପାଣି ପିଇବା ଦ୍ୱାରା ଅଧାରୁ ଅଧିକ ରୋଗ ଦୂର ହୋଇଥାଏ । ଯାହା ଆଜି କାଲିର ଶିଶୁଙ୍କ କ୍ଷେତ୍ରରେ ଅବଗତ କରାଇବା ଜରୁରୀ । ଓଡ଼ିଶାରେ ପ୍ରଥମ ଥର ଗଞ୍ଜାମରେ ଜିଲ୍ଲା ପ୍ରଶାସନ ହାତକୁ ନେଇଛି ଏକ ପ୍ରଶଂସନୀୟ ପଦକ୍ଷେପ । ଜିଲ୍ଲାର ପ୍ରତ୍ୟକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଦିନରେ ୩ ଥର ନିର୍ଦ୍ଧିଷ୍ଟ ସମୟରେ ୱାଟର ବେଲ ବଜାଇବା ଲାଗି ନିଷ୍ପତି ନିଆଯାଇଛି । ଓଡ଼ିଶାରେ ପ୍ରଥମ ଥର ଗଞ୍ଜାମରେ ଜିଲ୍ଲା ପ୍ରଶାସନ ହାତକୁ ନେଇଛି ଏକ ପ୍ରଶଂସନୀୟ ପଦକ୍ଷେପ । ଜିଲ୍ଲାର ପ୍ରତ୍ୟେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଦିନରେ ୩ ଥର ନିର୍ଦ୍ଧିଷ୍ଟ ସମୟରେ ୱାଟର ବେଲ ବଜାଇବା ଲାଗି ନିଷ୍ପତି ନିଆଯାଇଛି ।
ଏଣିକି ପ୍ରତିଦିନ ସ୍କୁଲରେ ୩ଥର ମିଳିବ ହେବ ୱାଟର ବ୍ରେକ । ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ପାଣି ପିଇବେ ଛାତ୍ରଛାତ୍ରୀ । ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବେ କୁନି କୁନି ପିଲା । ଶରୀର ପାଇଁ ଜଳର ଆବଶ୍ୟକତା, ଶୁଦ୍ଧ ଜଳ ବ୍ୟବହାର ଉପରେ ସଚେତନ ହେବେ । ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ହାତକୁ ନେଇଛି ଏପରି ଏକ ନିଆରା ପଦକ୍ଷେପ ।
ଆଜି ଠାରୁ ଜିଲ୍ଲାରେ ଏଭଳି ନିୟମ ଲାଗୁ କରିବା ଲାଗି ନିଷ୍ପତି ହୋଇଛି । ସୋମବାର ଠାରୁ ଶୁକ୍ରବାର ପର୍ଯ଼୍ୟନ୍ତ ସକାଳ ୧୧.୪୦ମି, ଅପରାହ୍ନ ୧.୩୦ ମି ଓ ଅପରାହ୍ନ ୩ଟା ୧୫ ମିନିଟ ସମୟରେ ବାଜିବ ୱାଟର ବେଲ । ସେହିପରି ଶନିବାର ଦିନ ସକାଳ ସ୍କୁଲ ହୋଇଥିବା ହେତୁ ସକାଳ ୮ଟା, ୯ଟା ୩୦ ଏବଂ ୧୦ଟା ୧୫ ମିନିଟରେ ୱାଟର ବ୍ରେକ ଦିଆଯିବ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ସମସ୍ତ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।
ଅନେକ ସମୟରେ ପିଲାମାନେ ପାଣି ବୋତଲ ସ୍କୁଲକୁ ଆଣି ମଧ୍ୟ ପିଇ ନଥାନ୍ତି । ଏଭଳି ପଦକ୍ଷେପ ଦ୍ୱାରା ପିଲା ଏକକାଳୀନ ସଚେତନ ହୋଇ ପାଣି ପିଇବାର ଅଭ୍ୟାସ କରିବେ । ଏଥିଲାଗି ପିଲାଙ୍କୁ କ୍ଲାସରେ ସଚେତନ କରିବେ ଶିକ୍ଷକ ଓ ଶିକ୍ଷୟତ୍ରୀ । ବ୍ୟବହାର ହୋଇଥିବା ପ୍ଲାଷ୍ଟିକୁ ପୁଣିଥରେ ନ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯିବ । ଏଥିସହ ରାଜନେତା, ବଦାନ୍ୟ ବ୍ୟକ୍ତି ଓ ପୁରୁଣା ଛାତ୍ରମାନଙ୍କୁ ସ୍କଲକୁ ୱାଟର ବୋତଲ ଯୋଗାଇ ଦେବା ଲାଗି ନିବେଦନ କରିବାର ଲକ୍ଷ ରଖିଛି ପ୍ରଶାସନ ।
ତେବେ ପ୍ରଶାସନ ର ଏଭଳି ପଦକ୍ଷେପକୁ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଅବିଭାବକ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here