ୱାଟର ବେଲ କାର୍ଯ୍ୟକ୍ରମ, ପାଣି ପିଅନ୍ତୁ ସୁସ୍ଥ ରୁହନ୍ତୁ

0
128

ହିଞିଳିକାଟୁ ୨୫/୧୧(ପ୍ରିୟବ୍ରତ ପଣ୍ଡା):- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ପ୍ରତେକ ଶିକ୍ଷାଆନୁଷ୍ଠାନ କଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ଜଳର ମହତ୍ତ୍ୱ କୁ ବୁଝାଇବା ପାଇଁ ଏକ ଅଭିନବ ପଦକ୍ଷେପ ନେଇଛନ୍ତି ।ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସମସ୍ତ ସରକାରୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବେଳେ ହିଞିଳିକାଟୁ ପୋୖର ପରିଷଦ ବୃନ୍ଦାବନ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୋୖର ପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ,ସମ୍ମାନିତ ଅତିଥି ଭାବେ ବିଇଓ ବସନ୍ତ କୁମାର ପଣ୍ଡା ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ସ୍କୁଲରେ କିଭଳି ପିଲାମାନେ ଠିକ ସମୟରେ ପାଣି ପିଇବେ ସେଥିପାଇଁ ଜିଲ୍ଲାପାଳ “ୱାଟର ବେଲ” ଲାଗୁ କରିଥିବା ନିଷ୍ପତ୍ତି କୁ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ୱାଟର ବେଲ କାର୍ଯ୍ୟକ୍ରମ ସମୋବାର ଠାରୁ ଶୁକ୍ରବାର ସକାଳ ୧୧.୪୦ମି ,ଅପରାହ୍ନ୧.୩୦ମି ଓ ୩.୧୫ମିନିଟ ରେ ବେଲ ବାଜିବ ।ସେହିପରି ଶନିବାର ସକାଳ ସମୟ ପ୍ରବେଶ ଥିବା ହେତୁ ସକାଳ୮ ଘଣ୍ଟ,୯.୩୦ମି ଏବଂ ୧୦.୧୫ମିନିଟରେ ୱାଟର ବେଲ ଦିଆଯିବ ।ଯାହାକୁ ଶୁଣିଲା ପରେ ପିଲାମାନେ ପାଣି ପିଇବେ ।ଏହି ବେଲ ସବୁବେଳେ ଠିକ ସମୟରେ ଛାତ୍ରଛାତ୍ରୀଙ୍କୁ ମନେ ପକାଇବ ପିଲାମାନେ ଗୋଟିଏ ସାଥିରେ ପାଣି ପିଇବେ ।ଯେଉଁ ମାନେ ପାଣି ଘରୁ ଆଣନ୍ତିନି ସେମାନଙ୍କ ପାଇଁ ୫ମିନିଟ ବିରତି ରଖାଯିବ ।ସେମାନେ ସ୍କୁଲରେ ଥିବା ପାଣି ଆଣି ପିଇପାରିବେ।ଶିକ୍ଷକ ଶିକ୍ଷୟିତ୍ରୀ ଅନୁରୋଧ ଅଭିଭାବକ ଯାଇଛନ୍ତି ପିଲାମାନଙ୍କୁ ପାଣି ବୋତଲ ଦେଇ ପଠାଇବେ ।ଏହି ନିୟମ ସବୁବେଳେ ଜାରି ରଖିବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here