ଜେଏମଏଫସି କୋର୍ଟରେ ଆଇନ ଦିବସ ପାଳିତ ।

0
320

ହିଞିଳିକାଟୁ :୨୬/୧୧ (ପ୍ରିୟବ୍ରତ ପଣ୍ଡା)-ହିଞିଳିକାଟୁ ଜେଏମଏଫସି କୋର୍ଟ ପରିସରେ ମଙ୍ଗଳବାର ତାଲୁକା ଆଇନ ସଚେତନ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ବା ଆଇନ ଦିବସ ପାଳିତ ହୋଇଯାଇଛି ।ଏଥିରେ ବିଚାରପତି ସୁଶ୍ରୀ ରାଜଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଆଇନଜୀବୀ ନିର୍ମଳ ସାହୁ ,ତାଲୁକା ଆଇନ ସଚେତନ ସଭ୍ୟ ସାନ୍ତୁନୁ ପୋଲାଇ,ଦ୍ୟୁତିକୃଷ୍ଣ ସାବତ ଉପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି ଅବସରରେ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ଆଇନର ଦିଗ ଓ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା ।ଆଜିର ଦିବସକୁ ପ୍ରତ୍ୟେକ ବର୍ଷ କୋର୍ଟ ପରିସରେ ପାଳନ କରାଯଜିବ ବୋଲି ବରିଷ୍ଠ ଆଇନଜୀବୀ ମତବ୍ୟକ୍ତ କରିଥିଲେ ।ଏହି ସଚେତନ ଦିବସରେ ସରକାରୀ ଓକିଲ, ଆଇନଜୀବୀ ରାମଚନ୍ଦ୍ର ମହାପାତ୍ର ଜିତେନ ପ୍ରହରାଜ, ନିରଞ୍ଜନ ସାହୁ,ମାନସ ରଞ୍ଜନ ପାଢ଼ୀ, ମୁକ୍ତିରାମ ସାବତ ପ୍ରମୁଖଙ୍କ ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here