ପ୍ରାଧୀକରଣ ଦ୍ବାରା ଆଇନ ଦିବସ ପାଳନ

0
215

 

ବ୍ରହ୍ମପୁର, ୨୬/୧୧-(ହିମାଶୁଂ ଶେଖର ସାବତ) -ଆଇନ ଦିବସ ବା ସାମ୍ବିଧାନିକ ଦିବସ ଉପଲକ୍ଷେ ଜିଲ୍ଲା ଆଇନସେବା ପ୍ରାଧୀକରଣ କାର୍ଯ୍ୟାଳୟ ଦ୍ବାରା ଓକିଲ ସଂଘ ସମ୍ମିଳନୀ କକ୍ଷ ରେ ପ୍ରାଧୀକରଣ ଭାରପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ ଜେ.ପି.ମହାନ୍ତି ଙ୍କ ଅଧକ୍ଷତା ରେ ଏକ ଆଇନ ସଚେତନା ଶିବିର ଆୟୋଜନ ହୋଇଥିଲା। ଅନ୍ଯାନ୍ଯ ଅତିଥି ମଧ୍ଯ ରେ ପ୍ରଥମ ଏଡିଜେ ଡଃ ପ୍ରସନ୍ନ କୁମାର ପଣ୍ଡା, ୨ୟ ଏଡିଜେ ନାରାୟଣ ଜେନା, ଜିଲ୍ଲା ପ୍ରାଧୀକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ, ସିଭିଲ୍ ଜର୍ଜ କେ .କେ . ନାୟକ, ଅତିରିକ୍ତ ସିଭିଲ୍ ଜର୍ଜ ଜନ୍ମେଜୟ ଦାସ, ଗଞ୍ଜାମ ଓକିଲ ସଂଘ ସଭାପତି ରବି ପାଣିଗ୍ରାହୀ, ଉପସଭାପତି ଚିତ୍ତରଞ୍ଜନ ଶତପଥୀ, ସହ ସଂପାଦକ କିରଣ କୁମାର ମଣ୍ଡଳ ପ୍ରମୂଖ ଉପସ୍ଥିତ ଥିଲେ। ଆଇନ ଦିବସ ପାଳନ ଅବସରରେ ବିଚାରପତି ଓ ଆଇନଜୀବୀ ମଧ୍ଯ ରେ ବିଭିନ୍ନ ଦୁଷ୍ଠାନ୍ତମୂଳକ ଉଦାହରଣ ସହ ସମାଜ ର ନିମ୍ନ ବର୍ଗର ଲୋକମାନଙ୍କ ଠାରେ ଆଇନ ସହାୟତା ସହଜରେ ପହଞ୍ଚିବା ବିଷୟ ରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଓକିଲ ସଂଘ କର୍ମକର୍ତ୍ତା ଓ ପ୍ରାଧୀକରଣ ସଚିବ ଙ୍କ ପରିଚାଳନା ଦ୍ବାରା ଏହି ସଭା ଟି ସୁଚାରୁରୂପେ ସଂପାଦନ ହୋଇଥିଲା।

LEAVE A REPLY

Please enter your comment!
Please enter your name here