ମିଶନ ରାଣୀ ମାଁ ମାରୀୟା ଙ୍କ ପବିତ୍ର ନବୀନାର ନବମ ଦିନ ମହାଆଡ଼ମ୍ବର ରେ ପାଳିତ

0
203

ବ୍ରହ୍ମପୁର,୨୬/୧୧–ଆଜି ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ନବୀନାର ନବମ ଦିନ ମିଶନ ରାଣୀ ମହାଦେବାଳୟ ଠାରେ ପାଳନ କରାଯାଇଅଛି। ଯାଜକ ପ୍ରକାଶ ତିର୍କୀ ,ଏହି ଦିବ୍ୟଯଜ୍ଞର ପୌରହିତ୍ୟ କରିଥିଲେ ଏବଂ “Mary, the gate of Heaven” ବା “କୁମାରୀ ମାରୀୟା,ସ୍ୱର୍ଗର ଦ୍ୱାର”, ଏହି ବିଷୟରେ ଭକ୍ତଭକ୍ତା ମାନଙ୍କୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରି ପ୍ରଚାର କରିଥିଲେ। ଏହି ପବିତ୍ର ନବୀନାରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି,ଯାଜକ ସୁରେଶ ନାୟକ,ଯାଜକ ଦୀନବନ୍ଧୁ ନାୟକ,ଯାଜକ ଅନନ୍ତ ନାୟକ, ଯାଜକ ଧୀରେନ ନାୟକଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଯାଜକମାନେ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ।ବିଜୟ ଭବନ,Merilac Mercy Home ର ସେବାଭଗ୍ନୀ ମାନେ, ବନ୍ଧ ସାହି, FCC ସଙ୍ଘର ସେବାଭଗ୍ନୀ ମାନେ, ପଣ୍ଡା କଲୋନୀ ଓ New De paul School ଅଞ୍ଚଳର ଖ୍ରୀଷ୍ଟ ବିଶ୍ୱାସୀ ମାନେ ଅତି ସୁନ୍ଦର ଭାବେ ଦିବ୍ୟଯଜ୍ଞ ଏବଂ ସଙ୍ଗୀତ ପରିଚାଳନା କରିଥିଲେ। ଦିବ୍ୟଯଜ୍ଞର ସମାପ୍ତି ପରେ ଏହି ମହାଦେବାଳୟର ପାଳକୀୟ ପରିଷଦର ସଭ୍ୟସଭ୍ୟା ମାନେ ଏବଂ ପର୍ଵ କମିଟିର ସଦସ୍ୟ ମାନଙ୍କ ସମେତ Jesus Youth ର ଯୁବକ ଯୁବତୀ ମାନେ, ଆଜିର ଏହି ନବମ ଦିନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରିଥିଲେ, ଯେଉଁଠାରେ ଆମର ମାନ୍ୟବାର ବିଧାୟକ ମହୋଦୟ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ସମ୍ମାନନୀୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପର୍ବର ସଫଳତା ନିମନ୍ତେ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here