ରାଜ୍ୟ କାର୍ଯ୍ୟାଳୟରେ ୭୦ତମ ସମ୍ବିଧାନ ଦିବସ ପାଳିତ *ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ :ବିଜେପି*

0
175

ଭୁବନେଶ୍ୱର, ତା ୨୬/୧୧: ଭାରତୀୟ ଜନତାପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଦ୍ୱାରା ସମ୍ବିଧାନ ଦିବସ ପାଳନର କାର୍ଯ୍ୟକ୍ରମ ରାଜ୍ୟକାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଭାରତର ସମ୍ବିଧାନର ବିଶ୍ୱରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ ଲିଖିତ ସମ୍ବିଧାନ ଏବଂ ସାରା ବିଶ୍ୱରେ ଗୁରୁତ୍ୱ ବହନ କରେ । ଭାରତ ଏକ ସାର୍ବଭୌମ ସାଧାରଣତନ୍ତ୍ର ଦେଶ । ଯେ କୌଣସି ସାଧାରଣତନ୍ତ୍ରର ପରିଚାଳନା ନିମନ୍ତେ ସମ୍ବିଧାନ ଏକ ଅନିବାର୍ଯ୍ୟ ଆବଶ୍ୟକତା ।

୧୯୪୬ମସିହା ଡିସେମ୍ବର ୬ରେ ସମ୍ବିଧାନ ସଭାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା ବେଳେ ଡିସେମ୍ବର ୯ରୁ ସମ୍ବିଧାନ ସଭା ତାର କାର୍ଯ୍ୟ ଆରମ୍ଭ କରିଥିଲା । ଡ୍ରାଫ୍ଟିଙ୍ଗ କମିଟିର ଅଧ୍ୟକ୍ଷ ଡ.ଆମ୍ବେଦକର ସମ୍ବିଧାନର ପ୍ରଣେତାଙ୍କ ନେତୃତ୍ୱରେ ସମ୍ବିଧାନ ଲେଖା ୨ ବର୍ଷ ୧୧ମାସ ୧୮ ଦିନରେ ଶେଷ କରାଯାଇ ୧୯୪୯ମସିହା ନଭେମ୍ବର ୨୬ରେ ରାଷ୍ଟ୍ରକୁ ସମର୍ପିତ କରାଯାଇଥିଲା । ଏହି ଦିନକୁ ମୋଦିଙ୍କ ଶାସନରେ ୨୦୧୫ ଠାରୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଅଛି ।

ଆମ ସମ୍ବିଧାନର ମହତ୍ୱ ପ୍ରସାର କରିବା ସମ୍ବିଧାନ ପ୍ରସ୍ତୁତି କରିବାରେ ପ୍ରମୁଖ ଯୋଗଦାନକୁ ସ୍ମରଣ କରିବା ଓ ତାଙ୍କ ବିଚାର ଆଦର୍ଶ ସମ୍ପର୍କରେ ପ୍ରସାର କରିବା ଓ ଆଗାମୀ ପିଢିକୁ ଆମ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନବନ୍ତ କରିବା ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ ବୋଲି ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ କହିଥିଲେ । ଭାରତର ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ମହିଳା କିଭଳି ବିଭାଗରେ ସାମିଲ କରାଯିବ ଓ ସମସ୍ତେ ଯେପରି ମୌଳିକ ଅଧିକାରରୁ ବଂଚିତ ନହେବେ ତାହାକୁ ସମ୍ବିଧାନରେ ବିଧି ବ୍ୟବସ୍ଥାରେ ଆମ୍ବେଦକର ସ୍ଥାନିତ କରିଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ।

ମହିଳା ମାନଙ୍କୁ ସଶକ୍ତିକରଣ କରିବା ଉଜ୍ୱଳା ଗ୍ୟାସ ପରିବହନ ଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ରରେ ମହିଳା ମାନଙ୍କୁ ଅଗ୍ରାଧୀକର ଦେବା ଯାହା ଆମ୍ବେଦକରଙ୍କ ସ୍ୱପ୍ନ ବା ଲକ୍ଷ୍ୟ ଥିଲା ତାହା ଅକ୍ଷରେ ଅକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଳନ କରିଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଥିଲେ ।

ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବାବା ସାହେବଙ୍କ ସଂଘର୍ଷ ହିଁ ଭାରତବର୍ଷରେ ଅସ୍ପୃଶ୍ୟ ମାନଙ୍କୁ ନୂଆ ଜୀବନ ଦେବାରେ ସମର୍ଥ ତେଣୁ ଆମ୍ବେଦକରଙ୍କ ଜଣେ ବିଶ୍ୱସ୍ତ ଅନୁଗାମୀ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କୃଷକ, ଶ୍ରମିକ, ମହିଳା ,ବଂଚିତ, ଶୋଷିତ, ଜନଜାତି, ଅନୁସୂଚିତ ଜାତି ଓ ସଂଖ୍ୟାଲଘୁଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ଆପ୍ରାଣ ଉଦ୍ୟମ କରି ଆସୁଛନ୍ତି ବୋଲି ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ କହିଥିଲେ ।

ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁଶାନ୍ତ ମଲିକଙ୍କ ଅଧ୍ୟକ୍ଷତାରେ ଉକ୍ତ ସମ୍ବିଧାନ ସଭା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ନାଏକ, ବିଶ୍ୱଜିତ୍ ତନ୍ତ୍ରୀ ପ୍ରମୁଖ ଉଦବୋଧ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here