୩୦ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

0
168

ହିଞିଳିକାଟୁ ୧/୧୨/୧୯ (ପ୍ରିୟବ୍ରତ ପଣ୍ଡା)-ସ୍ଥାନୀୟ ପୋୖରାଞ୍ଚଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ କ୍ରୀଡା ଉତ୍ସବ ରବିବାର ଉଦଯାପିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ସମ୍ମନିତ ଅତିଥି ରୂପେ ଗଞ୍ଜାମ ବିଭାଗ ସଙ୍ଘ ଚାଳକ ପ୍ରଭାକର ସାହୁ, ଦକ୍ଷିଣପୂର୍ବ ସଂଭାଗ ସମ୍ପାଦକ କିରଣ କୁମାର ପାଢ଼ୀ, ଆସିକା ସଂକୁଳ ପ୍ରମୁଖ ଦୀପକ ମହାରଣା ଓ ପ୍ରଶାସକ ଶ୍ରୀ ଦ୍ଵିତୀକୃଷ୍ଣ ସାବତ ପ୍ରମୁଖ ମଞ୍ଚାସୀନ ଥିଲେ lଅତିଥି ବୃନ୍ଦ ପ୍ରଥମେ ଦୀପପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଖେଳକୁଦ ପ୍ରତିଯୋଗିତାରେ ପ୍ରାୟ ବାରଶହ ଶିଶୁ ବିଭିନ୍ନ କ୍ରୀଡା ଯଥା ୧୦୦ ମିଟର, ୨୦୦ମିଟର, ୩୦୦ମିଟର, ୪୦୦ମିଟର, ୮୦୦ମିଟର, ୧୦୦୦ମିଟର,୧୫୦୦ମିଟର ୩୦୦୦ମିଟର ଦୌଡ଼, ଲଙ୍ଗଜମ୍ପ , ହାଇଜମ୍ପ ସଟପୁଟ,ଡିଷ୍କାସ ଇତ୍ୟାଦିରେ ଅଂଶ ଗ୍ରହଣ କରିଥିଲେ l ଅତିଥିଙ୍କ ମାର୍ଗଦର୍ଶନ ପରେ କୃତି ଛାତ୍ରଛାତ୍ରୀ ଙ୍କୁ ପରିସ୍କୃତ ପ୍ରଦାନ କରଯାଇଥିଲା l
ବିଭିନ୍ନ ବିଭାଗ ରେ ଚମ୍ପିୟନ ପାଇଁ ଥିଲେ ଶିଶୁ ବର୍ଗ ର ଦେବାଶିଷ ପଣ୍ଡା, ସୁନିତା ଗୌଡ଼, ବାଲବର୍ଗ ର ଏସ ଶିବନ ପାତ୍ର, ରୋଜାଲିନି ସେଠୀ, କିଶୋର ବର୍ଗ ର ସୁନୀଲ ପାଢ଼ୀ, ପ୍ରିୟଙ୍କା ପାଢ଼ୀ, ଅର୍ଚନା କୁମାରୀ ସାହୁ, ଶୀତଲ ସ୍ୱାଇଁ ପ୍ରମୁଖ ସଂକୁଳ କ୍ରୀଡା ରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ l ଶାରୀରିକ ପ୍ରମୁଖ ଅଜିତ କୁମାର ନାୟକ ରେ ସଂଯୋଜନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ଗଣପତି ସ୍ୱାଇଁ,କାଳୁ ଚରଣ ପଣ୍ଡା,ରାଜଳଷ୍ମୀ ଖଡେଙ୍ଗା, ସୁଜାତା ସାହୁ,ପ୍ରମୁଖଙ୍କ ସମେତ ସମସ୍ତ ଗୁରୁଜୀ , ଗୁରୁମା ସହଯୋଗ କରିଥିବା ବେଳେ ପ୍ରାୟ ୨ଶହ ଅଭିଭାବକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here