ଟିମ କ୍ଲିନ ସିଟି, ବ୍ରହ୍ମପୁର ପକ୍ଷରୁ ଏସ ପି ଓ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ।

0
184

 

ବ୍ରହ୍ମପୁର,୦୨/୧୨(ଶକ୍ତିଧର ରାଜଗୁରୁ)-:
ସହରକୁ ସୁନ୍ଦର ଓ ପରିଷ୍କାର ରଖିବା କ୍ଷେତ୍ରରେ ବ୍ରହ୍ମପୁର ସହରରେ କାର୍ଯ୍ୟ କରୁଛି ଟିମ କ୍ଲିନ ସିଟି ସଂଗଠନ। ଦୀର୍ଘ ମାସ ଧରି ସହରର ମୁଖ୍ୟ ରାସ୍ତା ସହିତ ସାହି, ଗଳି ଓ କନ୍ଦି ସବୁଆଡୁ ବୁଲି ବୁଲି ରାସ୍ତାର ଉଭୟ ପର୍ଶ୍ୱର କାନ୍ଥରେ ଲାଗିଥିବା ପୋଷ୍ଟରଗୁଡିକୁ ହଟାଉଛନ୍ତି। ହେଲେ କିଛି ଦିନର ବ୍ୟବଧାନରେ ପୁଣି କିଛି ଅସାଧୁ ବ୍ୟକ୍ତି ବିଶେଷ ତଥା ସ୍ୱାର୍ଥପର ବ୍ୟବସାୟୀ ପର କାନ୍ଥରେ ପୋଷ୍ଟର ମାରି ନିଜ ସ୍ୱାର୍ଥ ହାସଲ କରି ସହରକୁ ଅସୁନ୍ଦର କରିବାରେ ଲାଗିଛନ୍ତି। ଯାହାକୁ ତୀବ୍ର ବିରୋଧ କରିଛି ଟିମ କ୍ଲିନ ସିଟି। ସହରରେ ପୋଷ୍ଟର ଚିରା ଅଭିଯାନ ଆଗକୁ ପୁଣି ବ୍ୟାପକ କରାଯିବା ସହ ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଥାନାରେ ଲିଖିତ ଏତଲା ଦେବାକୁ ମଧ୍ୟ ସଂଗଠନ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ସଂଗଠନର ସଦସ୍ୟ ମାନେ ଆଜି ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଓ ବ୍ରହ୍ମପୁର ମହାନଗର ନିଗମର କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ପ୍ରଦାନ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଗୋଟିଏ ପଟେ ସ୍ୱଚ୍ଛତାକୁ ନେଇ ପୁରସ୍କାର ଅନ୍ୟପଟେ ଏଥିଲାଗି ସଚେତନତାର ଅଭାବ ହେଉ କି କାର୍ଯ୍ୟାନୁଷ୍ଠାନରେ ଅବହେଳା ହେଉ ପଦାରେ ପଡୁଛି ସହରର ଚିତ୍ର।ଯାହାକୁ କୌଣସି ମତେ ଟିମ କ୍ଲିନ ସିଟି ବରଦାସ୍ତ କରିବ ନାହିଁ ବୋଲି ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here