“ମଧୁ ଆପ୍ ” ମୂଖ୍ଯମନ୍ତୀ ଙ୍କ ଦ୍ଵାରା ଲୋକାର୍ପିତ

0
184

ଭୂବନେଶ୍ୱର/ଛତ୍ରପୁର-୦୩/୧୨/୧୯-(ବ୍ୟୁରୋ ରିପୋର୍ଟ)ପିଲାଙ୍କୁ ସହଜରେ ପାଠ ବୁଝାଇବା ଓ ବିଭିନ୍ନ ପ୍ରଶ୍ନର ଅଭ୍ୟାସ କରାଇବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ‘ମଧୁ ଆପ୍’ । ଛାତ୍ରଛାତ୍ରୀମାନେ ‘ମଧୁ ଆପ୍’କୁ ମୋବାଇଲ୍ ଫୋନରେ ଡାଇନଲୋଡ୍ କରି ସେଥିରୁ ଭିଡିଓ ଦ୍ୱାରା ଶ୍ରେଣୀରେ ପଢ଼ାଯାଇଥିବା ପାଠ ବୁଝିପାରିବେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ନୂଆ ‘ମଧୁ ଆପ୍’କୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଆୟୋଜିତ ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର ୨୨ବ୍ଳକ ର ଛାତ୍ରଛାତ୍ରୀ ମାନଙ୍କ ସହିତ ମୂଖ୍ଯମନ୍ତୀ ମଧୁ ଆପ୍ ସଂପର୍କ ରେ କଥାବାର୍ତ୍ତା କରିଥିଲେ।ମୂଖ୍ଯମନ୍ତୀ କହିଥିଲେ ଯେ, ପିଲାମାନଙ୍କ ପାଇଁ ଶିକ୍ଷା ର ବିକଳ୍ପ ନାହିଁ,ତେଣୁ ଭଲ ପାଠ ପଢ଼ି ଦେଶର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଆଦର୍ଶ ବିଦ୍ୟାଳୟ ସଂଗଠନ ଅଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ସ୍କୁଲ ଓ ଗଣଶିକ୍ଷା ସଚିବ, ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here