ପୁଣି ୧୧ କୋଟି ରୁ ଉର୍ଦ୍ଧ ଟଙ୍କା ର ଗଂଜେଇ ନଷ୍ଟ କଲା ପ୍ରଶାସନ

0
181

ପାରଳାଖେମୁଣ୍ଡି ,୦୪/୧୧–(ପ୍ରଭାତ ପାତ୍ର) ଗଜପତି ଜିଲାର ଆର.ଉଦୟଗିରି ବ୍ଲକରୁ ୫୮.୬୯୦ଏକର ବନପାହାଡିଆ ଜମିରୁ ପୁଣି ୧୧କୋଟି ଟଙ୍କାରୁ ଉର୍ଦ୍ଧ ଚୋରାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଥିବା ସୁଚନା ମିଳିଛି । ଏହି ଜିଲ୍ଲାର ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଲାଗଡ ପଞ୍ଚାୟତର କାନିକିପଦର ଓ ବାଲିସାହି ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇଥିଲା । ସେଠାରେ ପ୍ରାୟ ୫୮.୬୯୦ଏକର ଜମିରେ କରାଯାଇଥିବା ପ୍ରାୟ ୧ଲକ୍ଷ ୧୭୩୮୦ଗୋଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ଏହି ଚଢାଉ କରାଯାଇଛି । ଏହି ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୧କୋଟି ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଆର.ଉଦୟଗିରି ଏସଡିପିଓ ଆଶୋକ କୁମାର ମହାନ୍ତି, ଥାନାଅଧିକାରୀ ମମତା ନାୟକ କହିଛନ୍ତି ବନପାହାଡ ଘେରା ଦୁର୍ଗମ ଏହି ଅଞ୍ଚଳରେ ଚୋରାରେ ଏହି ଗଞ୍ଜେଇ ଚାଷ କରାଯାଇଥିବା ଅଭିଯୋଗ ହୋଇଥିଲା । ପାଦ ଚଲାରେ ପୋଲିସ,ଅବକାରୀ ଓ ରାଜସ୍ୱ ବିଭାଗ ତରଫରୁ ଘଟଣା ସ୍ଥଳରେ ଚଢାଉ କରାଯାଇଥିଲା । ୫୮.୬୯୦ ଏକର ବିସ୍ତୀର୍ଣ୍ଣ ବନପାହାଡ ଜମିରେ ଚାଷ କରାଯଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନିଆ ଲଗାଇ ପୋଡି ଦିଆଯାଇଛି । ଏନେଇ ଆର.ଉଦୟଗିରି ଥାନାରେ ଏନଡିପିଏସ ଆଇନ ଅନୁଯାଇ କେସ୍ ନଂ ୧୩୧ରେ ମକଦ୍ଦମା ରୁଜୁ କରାଯାଇଛି । ଆର.ଉଦୟଗିରି ଅତିରିକ୍ତ ତହସିଲଦାର ଶିବାଶିଷ ପଣ୍ଡା ମାଜିଷ୍ଟେଟ ଭାବେ ଏହି ଚଢାଉରେ ଯୋଗ ଦେଇଥିବାବେଳେ ପୋଲିସ ଅଧିକାରୀ ରମେଶ ଜେନ୍ନା,ବିଶ୍ୱଜିତ ଜେନା,ଅବକାରୀ ଅଧିକାରୀ ସୁରୀ ରାଓ ପ୍ରମୁଖଙ୍କ ସହ ବହୁ କର୍ମଚାରୀ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here