ଗଜପତି ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ ପାରଳା ବିଧାୟକ

0
190

ପାରଳାଖେମୁଣ୍ଡି,୦୫/୧୨-(ପ୍ରଭାତ ପାତ୍ର)ଶାସକ ବିଜେଡି ଦଳର ଚାପରେ ବିଜେପି କର୍ମୀଙ୍କୁ ଗଜପତି ପୋଲିସ ଅନ୍ୟାୟରେ ଗିରଫ କରିଛନ୍ତି ବୋଲି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଉଛି । ଏହାର ପ୍ରତିବାଦରେ ଗୁରୁବାର ଗଜପତି ଏସପି ଅଫିସ ସମ୍ମୁଖରେ ଶହ ଶହ ବିଜେପି ନେତା ଧାରଣା ଦେଇଛନ୍ତି । ବିଜେପିର ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସି ପାତ୍ର , ପାରଳା ବିଧାୟକ କେ. ନାରାୟଣ ରାଓ , ଗଜପତି ଜିଲ୍ଲା ବିଜେପି ସଭାପତି ଜି.ଭେଙ୍କଟରାବଣା , ବିଜେପି ନେତା ପି. କ୍ରିଷ୍ଣା , ନରସିଂହ ପଟ୍ଟନାୟକ , ତ୍ରିପତି ପାତ୍ର , ସିଦେ୍ଧଶ୍ୱର ମିଶ୍ର , ସୁନିଲ ମହାପାତ୍ର , ସିଏଚ. ସିମାଦ୍ରୀ ପ୍ରମୁଖ କହିଛନ୍ତି ଯେ, ଗତ ବିଧାନସଭା ନିର୍ବାଚନରେ ଗଜପତି ବିଜେଡି ଦଳ ନିଶ୍ଚିହ୍ନ ହୋଇଯାଇଛି । ତେଣୁ ବିଜେଡି ଦଳର ନେତମାନେ ଅସହିଷ୍ଣୁ ହୋଇପଡିଛନ୍ତି । ବିଜେପି ଦଳର ନେତା ଓ କର୍ମୀମାନଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ବିନା କାରଣରେ ପୋଲିସ ଓ ପ୍ରଶାସକ ମାନଙ୍କୁ ଚାପ ପକାଇ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଓ ଗିରଫ କରି ଚାଲିଛନ୍ତି । ଏହାଦ୍ୱାରା ଗଜପତି ଜିଲ୍ଲାରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଜିଲ୍ଲାର ଗୁମ୍ମା ବ୍ଲକ ବିଜେପି ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀଙ୍କୁ ଶାସକ ବିଜେଡି ଦଳର ଚାପରେ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଏହି ଗିରଫଦାବିରେ ପୋଲିସ ଥାନାରେ ଜାମିନ ଦେବାରେ କୌଣସି ଅସୁବିଧା ନଥିଲା ହେଲେ ବିଜେଡିର ଚାପରେ ପୋଲିସ କୋର୍ଟକୁ ଚାଲାଣ କିରଛନ୍ତି । ବିଭିନ୍ନ ଭାବେ ଏଭଳି ଉଦ୍ଦେଶ୍ୟ ମୁଳକ ଓ ପକ୍ଷପାତପୁର୍ଣ୍ଣ କାର୍ଯ୍ୟକଳାପ ଚାଲୁଥିବାରୁ ଏହାକୁ ବିଜେପି ବହୁ ଦିନ ଧରି ସହ୍ୟ କରି ଶେଷରେ ଏହା ବିରୁଦ୍ଧରେ ପ୍ରତିବାଦ କରିବା ସହ ଗଜପତି ଏସପି ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ତୁରନ୍ତ ନ୍ୟାୟ ପ୍ରଦାନ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି କହିଛନ୍ତି । ନେତମାନେ ଗଜପତି ଏସପି ସାରା ଶର୍ମାଙ୍କୁ ଏଥିନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here