ବସ୍ ଓ ମୋଟର ସାଇକେଲ ଧକ୍କା। ସ୍ବାମୀ ମୃତ, ସ୍ତ୍ରୀ ଗୁରତର

0
171

ଦିଗପହଣ୍ଡି,୦୫/୧୨- ଆଜି ଦିଗପହଣ୍ଡି ସ୍ଥିତ ମୂଖ୍ଯ ରାସ୍ତା କୃଷି କାର୍ଯ୍ୟାଳୟ ନିକଟ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତ ଜଣକ ପାଟପୁର ଥାନା ମାଟିଆ ବୋରେଇ ଗାଁର ନାରାୟଣ ସେଠୀ ଓ ଆହତ ଜଣକ ତାଙ୍କ ସ୍ତ୍ରୀ ରୂପା ସେଠୀ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ସକାଳେ ତାଙ୍କ ଶାଳକ ଙ୍କ ମୃତ୍ୟୁ ଖବର ପାଇ ନାରାୟଣ ଓ ତାଙ୍କ ସ୍ତ୍ରୀ ରାଜପୁର ଗଁ।କୁ ଯାଉଥିଲେ। ସେହି ସମୟରେ ଅପରପକ୍ଷରୁ ଦ୍ରୁତ ଗତିରେ ଆସୁଥିବା ଦିଲଖୁସ୍‌ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତାଙ୍କ ଗାଡିକୁ ଧକ୍କା ଦେଇଥିଲା।
ବସ୍‌ର ଚକା ତଳେ ନାରାୟଣଙ୍କ ମୁଣ୍ଡ ଆସିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଖବରପାଇ ଦିଗପହଣ୍ଡି ଥାନା ଆଇଆଇସି ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏଥିସହ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

LEAVE A REPLY

Please enter your comment!
Please enter your name here