ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ସଫା

0
284

 

ହାଇଦ୍ରାବାଦ,୦୬/୧୧-(ବ୍ୟୁରୋ ରିପୋର୍ଟ) ବହୁ ଚର୍ଚିତ ହାଇଦ୍ରାବାଦ ମହିଳା ଡାକ୍ତର ପ୍ରିୟଙ୍କା ରେଡ୍ଡି ଗଣ ଦୁଷ୍ମର୍ମ ହତ୍ଯାକାଣ୍ଡ ର ୪ ଅଭିଯୁକ୍ତ ଙ୍କ ଏନକାଉଣ୍ଟର ରେ ଶେଷ ହୋଇଯାଇଛନ୍ତି।ମହିଳା ଡାକ୍ତର ଙ୍କୁ ଗଣଦୁଷ୍କର୍ମ ପରେ ପୋଡି ମାରିଦେବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା। ଅନେକ ସଙ୍ଗଠନ ସହିତ ସାଧାରଣ ଜନତା ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ଏପରିକି ଅତିଶୀଘ୍ର ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ଦାବି କରିଥିଲେ। ତେବେ ଆଜି ସମସ୍ତ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି। ଅଭିଯୁକ୍ତମାନେ ଖସିଯିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା।

ମିଳିଥିବା ସୂଚନା ମୁତାବକ, ଆଜି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଯାଂଚ ପାଇଁ ଘଟଣାସ୍ଥଳକୁ ନେଇଥିଲା। ତେବେ ଅଭିଯୁକ୍ତମାନେ ସୁଯୋଗ ଦେଖି ଖସି ଯିବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ପୋଲିସ ଏନକାଉଣ୍ଟର କରିଥିଲା। ଏଥିରେ ସମସ୍ତ ୪ଜଣ ଅଭିଯୁକ୍ତ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏନଏଚ୍ ୪୪ରେ ଏହି ଘଟଣା ଘଟିଛି।

ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ହାଇଦ୍ରାବାଦ ଟୋଲପ୍ଲାଜା ନିକଟରେ ଜଣେ ମହିଳା ଡାକ୍ତରଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଥିଲା। ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଥିଲା। ଏହି ଅଭିଯୋଗରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତେବେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନକୁ ସାଧାରଣ ଜନତା ଅନାଇ ବସିଥିଲେ। ଏପରିକି ଦେଶରେ ବୃଦ୍ଧି ପାଉଥିବା ମହିଳା ବିରୋଧ ହିଂସାକୁ ପ୍ରତିହତ କରିବା ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡ ହିଁ ଏକ ମାତ୍ର ରାସ୍ତା ବୋଲି ଜନତା କହିଥିଲେ।

LEAVE A REPLY

Please enter your comment!
Please enter your name here