ବାବାସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ବିଜେପିର ଗଭୀର ଶ୍ରଦ୍ଧାଞ୍ଜଳି *ଆମ୍ବେଦକରଙ୍କର ଫଟୋ ଚିତ୍ର ସମସ୍ତ ସରକାରୀ ଦପ୍ତର ଏବଂ ଶିକ୍ଷାନୁଷ୍ଠାନରେ ରଖାଯିବା ପାଇଁ ବାଧ୍ୟତାମୂଳକ କରାଯାଉ: ବିଜେପି*

0
180

 

ଭୁବନେଶ୍ୱର,ତା.୦୬/୧୨: ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ଆଜି ଭାରତୀୟ ଜନତାପାର୍ଟି ପକ୍ଷରୁ ଭୁବନେଶ୍ୱରର ଏଜି ଛକ ସ୍ଥିତ ତାଙ୍କର ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।

ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାକୁ ସମର୍ଥ ହେଉଛନ୍ତି । ଆମ୍ବେଦକର କହିଥିଲେ କି, ଦେଶର ଭିନ୍ନ ଭିନ୍ନ ଜାତିର ଲୋକ ଲଢାଇ ସମାପ୍ତ ନକଲେ ଦେଶ କେବେ ଏକାଠୀ ହୋଇପାରିବ ନାହିଁ । ବାବା ସାହେବ ଛୁଆଁ ଛୁତିକୁ ଘୋର ବିରୋଧ ଲକରୁଥିଲେ । ଭାରତ ଶାସନ ବ୍ୟବସ୍ଥାର ସମ୍ବିଧାନ ଗୁରୁତ୍ୱ ବହନ କରୁଥିବା ବେଳେ ତାର ମୁଖ୍ୟ ପ୍ରଣେତା ଡଃ ଆମ୍ବେଦକରଙ୍କ ପ୍ରତି ଅଧିକରୁ ଅଧିକ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ୍ । ଏହି ମର୍ମରେ ଆମ୍ବେଦକରଙ୍କର ଫଟୋ ଚିତ୍ର ସମସ୍ତ ସରକାରୀ ଦପ୍ତର, ଶିକ୍ଷାନୁଷ୍ଠାନ ପ୍ରଭୃତିରେ ରଖାଯିବାକୁ ବାଧ୍ୟତାମୂଳକ କରିବା ପାଇଁ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଦିଲ୍ଲୀପ ମଲ୍ଲିକ ଦାବି କରିଛନ୍ତି ।

ଆମ୍ବେଦକରଙ୍କ ମହାପ୍ରୟାଣ ଦିବସରେ ବିଜେପି ଅନୁସୂଚିତ ଜାତିମୋର୍ଚ୍ଚାର ରାଜ୍ୟସଭାପତି ସୁଶାନ୍ତ ମଲ୍ଲିକ, ମନୋଜ ବେହେରା, କୁଞ୍ଜମୋହନ ସେଠୀ, ରାଘବ ମଲ୍ଲିକ, ମୋର୍ଚ୍ଚାର ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ସେଠୀଙ୍କ ସମେତ ସବୁ କାର୍ଯ୍ୟକର୍ତା ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here