ଗଜପତି ଜିଲ୍ଲା ଜଙ୍ଗମ କୂଳ ର ସମ୍ମିଳନୀ

0
186

ପାରଳାଖେମୁଣ୍ଡି,୦୯/୧୨(ପ୍ରଭାତ ପାତ୍ର)- -ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ସାତମାଇଲ ଛକ ନିକଟରେ ଥିବା ମା ମୁକିଡାମ୍ମା ମନ୍ଦିର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲା ଜଙ୍ଗମ ସମାଜ ପରିବାର ମିଳିତ ଆନୁକୂଲ୍ୟରେ ଏକ ସମ୍ମିଳନ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଜଙ୍ଗମ କୂଳ ସଭାପତି ଏମ୍.ବିଜୟ କୁମାର ,ଇ . ରାଜେଶ୍ୱର ରାଓ ସମ୍ପାଦକ, ଆର୍ . ଗିରି ଶଙ୍କର ଗଣେଶ ,ରବି , ପାରଳାଖେମୁଣ୍ଡି ଲେବର ଇନିସ୍ପେକ୍ଟର କେତକ ଡ଼ାକ୍ତର ଙ୍କ ସହ ଶତାଧିକ ଜିଲ୍ଲା ଓ ଜିଲ୍ଲା ବାହାର ଜଙ୍ଗମ କୂଳ ଲୋକେ ଉପସ୍ଥିତ ଥିଲେ । ସମ୍ମିଳନୀର ମୁଖ୍ୟ ଉଦେଶ୍ୟ ଥିଲା ଜଙ୍ଗମ କୂଳ ର ସଂରକ୍ଷଣ । ଆଜି କୁ ପ୍ରାୟ ୧୦୦ବର୍ଷ ହେଲା ଜଙ୍ଗମ ମାନେ କେଉଁ ଜାତି ତାହାର ପ୍ରମାଣ ନାହିଁ । ପଡ଼ସି ଅନ୍ଦ୍ରପ୍ରଦେଶ ରେ ବିସିଏ ରେ ଜାତି ପ୍ରମାଣ ପତ୍ର ପାଇ ଚାକିରି ପାଉଛନ୍ତି କିନ୍ତୁ ଓଡିଶା ରେ ଜଙ୍ଗମ ମାନେ ମନ୍ଦିର ପୂଜାକରି ପରିବାର ପୋଷଣ କରୁଛନ୍ତି । ବିଭିନ୍ନ ଶୁଭକାମ ରେ ଶଙ୍ଖ ଓ ମଲା କାର୍ଯ୍ୟ ରେ ଘଣ୍ଟ ବଜାଇ କାର୍ଯ୍ୟ ତୁଲାଉଛନ୍ତି । ପିଲାମାନଙ୍କ ଭବିଷ୍ୟତ ବୋଲି କିଛିନାହିଁ ,ଏହି ଜାତି ର ଶତକଡା ୯୦ଭାଗ ଲୋକ ଗରିବ ଶ୍ରେଣୀର । ସରକାର ଙ୍କୁ ଅନୁରୋଧ କରାଯାଉଛି କି ଆମ କୁ ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରନ୍ତୁ । ଆମକୁ ଉଚିତ ନ୍ୟାୟ ନକଲେ ଆମେ ଆଗାମୀ ଦିନ ରେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବୁ ବୋଲି ଦୃଡ଼କ୍ତି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here