ବାଲ ମୁକୁନ୍ଦ କେନ୍ଦ୍ର ଆନୁକୂଲ୍ୟରେ ପରିଛା ମଠ ତରଫରୁ ଗୀତା ଜୟନ୍ତୀ ପାଳନ

0
171

ପାରଳାଖେମୁଣ୍ଡି ,୦୯/୧୨(ପ୍ରଭାତ ପାତ୍ର)– ଐତିହ୍ୟ ସମ୍ପନ୍ନ ପରିଛା ମଠ ଠାରେ ଗୀତା ଜୟନ୍ତୀ ଅବସରରେ ବାଲ ମୁକୁନ୍ଦ ଶିଶୁ ମାନଙ୍କ ଦ୍ଵାରା ସକାଳେ ପୁଜ୍ୟ ରାମାନନ୍ଦଜୀଙ୍କ ଉପସ୍ଥିତିରେ ଗୀତା ପାରାୟଣ ଏବଂ ଅପରାହ୍ନରେ ସମ୍ବଦ୍ଧନା ମହାଉତ୍ସ ପାଳନ କରାଯାଇଛି। ଏଥିରେ କେନ୍ଦ୍ରର ପରମର୍ଶ ଦାତା ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ନୀତାନନ୍ଦ ଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆୟୋଜକ ତଥା ମନ୍ଦିର ପରିଚାଳକ ମୁରଲୀଧର ପରିଛା ବିବରଣୀ ପାଠ ପଢିଥିଲେ। ଯୁବ ପ୍ରତିଭା ଦେବଦତ ବେବତ୍ତା ମଞ୍ଚ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରାଧିକା ବାସଲ ଧାମ୍ ଭୁବନେଶ୍ବର ମୁଖ୍ୟ ସାଧ୍ଵୀ ଗୀତା ଦେବି , ସମ୍ମାନିତ ଅତିଥି ଭାବେ ସୀତାରାମ ମହାରାଜ, ଯୋଗଗୁରୁ ଲକ୍ଷ୍ମୀଚରଣ ପଟ୍ଟନାୟକ ପ୍ରମୁଖ ଅତିଥି ମାନଙ୍କୁ ଜଗତ୍ ଗୁରୁ କୃପାରୁ ଜୀ ମହାରାଜ ସ୍କୁତୀ ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ଶିଶୁ ପ୍ରେମି ତଥା ଶିଶୁଗୁରୁ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସାମ୍ବାଦିକ ମାନଙ୍କୁ, ଧର୍ମ ପରାୟଣ ନକ୍ଷତ୍ରମାଳା ପରିଛା, ସମାଜସେବୀ ଭୁବନେଶ୍ବର ପରିଛା, ପଣ୍ଡିତ ଗୋପୀନାଥ ନନ୍ଦ, ନାଟ୍ୟକାର ଆପହ୍ନା ପରିଛା, ପଦ୍ମଶ୍ରୀ ଡଃ : ସତ୍ୟନାରାୟଣ ରାଜଗୁରୁ ସ୍କୁତୀ ସମ୍ମାନରେ ମୋଟ ୭୨ ଅତିଥି ମାନଙ୍କୁ ସମ୍ବଦ୍ଧନା ଶିଶୁ ମାନେ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୈାଧୁରୀ ପରିଚାଳନା କରିଥିଲେ। ସେଷରେ ସଙ୍ଗୀତ କାର୍ଯ୍ୟକ୍ରମ ପରେ ଅତିଥି ମାନଙ୍କ ଠାରୁ ଗୀତା ବହି ଏବଂ ପ୍ରସାଦ ପାଇଥିଲେ। ଏଠାରେ ଉପସ୍ଥାପିତ ସମସ୍ତ ବାଲମୁକୁନ୍ଦ କେନ୍ଦ୍ରର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ବାଲମୁକୁନ୍ଦ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here