ପୁରୀ:ଜନସ୍ୱାସ୍ଥ୍ୟ ଡିଭିଜନ ନିର୍ବାହ ଯନ୍ତ୍ରୀ ଙ୍କ ଚଂଚକତା, ରାଜ୍ୟ ସରକାର ହରାଇବାକୁ ଯାଉଛନ୍ତି କୋଟି କୋଟି ଟଙ୍କା

0
184

ଭୂବନେଶ୍ୱର, ୧୧/୧୨-(ବ୍ୟୁରୋ ରିପୋର୍ଟ) – ରାଜ୍ୟ ସରକାର ରାଜ୍ଯ ରେ ଦୂର୍ନତୀ ମୁକ୍ତ ତଥା ସ୍ବଚ୍ଛ ଶାସନ ପାଇଁ 5-T ପ୍ରଚଳନ କରିଥିବା ବେଳେ କେତେକ ଦୂର୍ନତୀଖୋର ଅଧିକାରୀ, ଯନ୍ତ୍ରୀ ଙ୍କ ମାନସିକତା ରେ ପରିବର୍ତ୍ତନ ଆସିନଥିବା ପରି ମନେ ହେଉଛି। ଯଦ୍ବାରା ରାଜ୍ଯ ସରକାର ଙ୍କ ବିଭାଗୀୟ ଶାସନ ସଚିବ ଙ୍କ ସ୍ବଚ୍ଛତା ଉପରେ କଳଙ୍କ ଲାଗିବାକୁ ଯାଉଛି। ଏପରି ଏକ ସଦ୍ଯ ଉଦାହରଣ ଦେଖିବାକୁ ମିଳୁଛି ପୁରୀ ଜନସ୍ୱାସ୍ଥ୍ୟ ଡିଭିଜନ ଅଧିନରେ। ଏହି ଡିଭିଜନ ଅଧିନରେ ନିର୍ବାହୀ ଯନ୍ତ୍ରୀ ଶରତ ମିଶ୍ର ଙ୍କ ଚଂଚକତା ଯୋଗୁଁ ରାଜ୍ଯ ସରକାର କୋଟି କୋଟି ରାଜସ୍ବ ହରାଇବା ପଡିବ, ଏଥି ରେ ସଂନ୍ଦେହ ନାହିଁ। ଏହି ଡିଭିଜନ ଅଧିନରେ ଡିଜେଲ ଜେନେରେଟର(DG set) କିଣିବା ଓ ଖଣ୍ଡପଡ଼ା ଏନଏସିର ଅଚଂଳ ରେ ଜଳଯୋଗାଣ ପାଇଁ ନିର୍ଦ୍ଦାରିତ ଦର ଠାରୁ ଅଧିକ ଦର ରେ ଇଷ୍ଟିମେଟ(Estimate) ପ୍ରସ୍ତୁତ କରାଯାଇ ଥିବା ବିଶେଷ ସୁତ୍ରରୁ ଜଣାପଡିଛି।
ବିଶେଷ ସୁତ୍ରରୁ ମିଳିଥିବା ସୁଚନା ଅନୁସାରେ, ପୁରୀ ଜନସ୍ୱାସ୍ଥ୍ୟ ଡିଭିଜନ ଅଧିନରେ ଡିଜେଲ ଜେନେରେଟର ପାଇଁ ୨୫ ଲକ୍ଷ ଇଷ୍ଟିମେଟ(Estimate) ହୋଇଥିବା ବେଳେ, ଏହାର installation, testing, commissioning ବାବଦରେ ପ୍ରକୃତ ମୂଲ୍ଯ ଠାରୁ ଅଧିକ ତଥା ୨ଗୁଣ ଅର୍ଥ ୪୫ ଲକ୍ଷ ଟଙ୍କା ର କରାଯାଇଥିବା ଜଣାଯାଇଛି, ଯାହାକି ୬ ଟଙ୍କା ର ଘୋଡା କୁ ୯ ଟଙ୍କା ର ଦାନା ପରି ମନେ ହେଉଛି। ଯଦି ଏହାକୁ ବିଦୁଃତ ବିଭାଗ ଦ୍ବାରା (Estimate) ପ୍ରସ୍ତୁତ କରାଯିବ, ତାହାହେଲେ ପ୍ରକୃତ ମୂଲ୍ଯ ଜଣାପଡିବ। ଠିକ୍ ସେପରି ଖଣ୍ଡପଡ଼ା ଏନଏସିର ଅଚଂଳ ରେ ଜଳଯୋଗାଣ ପାଇଁ ଯନ୍ତପାତି ବାବଦ ରେ ନିର୍ଦ୍ଦାରିତ ଦର ଠାରୁ ଅଧିକା (Estimate) (ପ୍ରାୟ ୨ କୋଟି ଟଙ୍କା ର)କରାଯାଇ ସରକାରୀ ରାଜସ୍ବ ତୋଷାରପାତ କରାଯାଉଛି। ଯାହାକି 3rd party ଦ୍ବାରା ତଦନ୍ତ ଦ୍ବାରା ହିଁ ସତ୍ୟତା ଜଣାପଡିବ। ଏପରି ଦୂର୍ନତୀ ଗ୍ରସ୍ତ ଯନ୍ତ୍ରୀ ମାନଙ୍କ ପାଇଁ ରାଜ୍ଯ ସରକାର ସମେତ ବିଭାଗୀୟ ପ୍ରମୂଖ ଶାସନ ସଚିବ ବଦନାମ ହେବାକୁ ଯାଉଛନ୍ତି। ଏଣୁ ବିଭାଗୀୟ ପ୍ରମୂଖ ଶାସନ ସଚିବ ଏବେଠାରୁ ପଦକ୍ଷେପ ଗ୍ରହଣ ନକରନ୍ତି, ତାହା ହେଲେ ଆଗାମୀ ଦିନ ରେ ଜନସାଧାରଣ ଲୋକାୟୁକ୍ତ ର ଦ୍ବାରସ୍ଥ ହେବାକୁ ପଛାଇବେ ନାହିଁ।

LEAVE A REPLY

Please enter your comment!
Please enter your name here