ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟରେ ୧୫ ତାରିଖରେ ଗୁରୁ ସମ୍ବଦ୍ଧନା ଉତ୍ସବ

0
215

ପାରଳାଖେମୁଣ୍ଡି, ୧୧/୧୨(ପ୍ରଭାତ ପାତ୍ର)– ଓଡିଶା ଶିକ୍ଷା କ୍ଷେତ୍ରରେ ଯଥେଷ୍ଟ ଅବଦାନ ରଖିଥିବା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟର ପୂରାତନ ଛାତ୍ର ସଂସଦ ପକ୍ଷରୁ ଆସନ୍ତା ୧୫ ତାରିଖ ଦିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଏଥିରେ ବିଦ୍ୟାଳୟ ସମସ୍ତ ପୂରାତନ ଛାତ୍ର ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ୮୫ ରୁ ଅଧିକ ପୂରାତନ ଛାତ୍ର ଏବଂ ଏଠାରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ସମ୍ବଦ୍ଧିତ କରାଯିବ। ଗତ କାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୂରାତନ ଛାତ୍ର ସଂସଦ ସଭାପତି ବସନ୍ତ ଦାସ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏହି ବିଦ୍ୟାଳୟ ସଭ୍ୟ ରମେଶ ଚୈାଧୁରି, କେ. ରାମସ୍ଵାମୀ, ରାଜେନ୍ଦ୍ର ବେହେରା, ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ବହୁଦିନ ହେଲା ଯୋଜନା କରାଯାଉଥିବା ବେଳେ ଆସନ୍ତା ୧୫ ତାରିଖ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସ୍କୁଲ କର୍ତୃପକ୍ଷ ସମସ୍ତ ପ୍ରକାର ସହଯୋଗ କରିଥିବା ବେଳେ ପୂରାତନ ଛାତ୍ର ମାନେ ମଧ୍ୟ ଏହାର ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here