ଦିଵ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହାୟକ ଉପକରଣ ବଣ୍ଟନ ଓ ଚିହ୍ନଟ ଶିବିର

0
181

ହିଞିଳିକାଟୁ ୧୧/୧୨:- (ପ୍ରିୟବ୍ରତ ପଣ୍ଡା)ଗଂଜାମ ଜିଲ୍ଲା ସମଗ୍ର ଶିକ୍ଷା ପରିଷଦ ଆନୁକୂଲ୍ୟରେ ହିଞିଳିକାଟୁ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ନିମନ୍ତେ ଏକ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ କୃତ୍ରିମ ଅଙ୍ଗ ନିର୍ମାଣ ବିଭାଗ ଭୁବନେଶ୍ୱରର ବିଶେଷଜ୍ଞ ନିବେଦିତା ପୃଷ୍ଟି, ବ୍ରହ୍ମପୁରର ମୁରଲୀଧର ବେହେରା ପ୍ରମୁଖ ଯୋଗଦେଇ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି ଚିହ୍ନଟ ଶିବିରରେ ହିଞିଳିକାଟୁ ବ୍ଳକର ଶିକ୍ଷାଅଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ଗୁଡିକ ରେ ଅଧ୍ୟୟନରତ ୭୫ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ରେ ସେମାନଙ୍କ ଦିବ୍ୟାଙ୍ଗତାକୁ ଯାଞ୍ଚ କାରାଇ ଆବଶ୍ୟକ ହେଉଥିବା ସହାୟକ ଉପକରଣ ପାଇବା ନିମନ୍ତେ ନାମ ପଞ୍ଜିକରଣ କରିଥିଲେ ।ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ବିଭାଗ ଭୁବନେଶ୍ୱର ଶାଖାର ବିଶେଷଜ୍ଞ ମାନଙ୍କ ଦ୍ୱାର ଚିହ୍ନଟ କାର୍ଯ୍ୟ କାରଯାଇଛି । ପରବର୍ତ୍ତୀ ସମୟରେ ଦୁଇ ଚକିଆ ସାଇକେଲ, ହୁଇଲ ଚେୟାର ସ୍ୱତନ୍ତ୍ର ଚୌକି ,ମାନସିକ ଅନଗ୍ରସର କିଟ, ବ୍ରେଲ କିଟ,ଏବଂ ସେଲେଟ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ନିମାଇଁ ଚାନ୍ଦ ମହାପାତ୍ର, ବିଆରଟି ନମିତା ସାମନ୍ତରାୟ, ଝୁନା ମିଶ୍ର, ସିଆରସିସି ରଘୁନାଥ ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସମେତ ସମସ୍ତ ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here