ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ।

0
194

ହିଞିଳିକାଟୁ, ୧୧/୧୨(ପ୍ରିୟବ୍ରତ ପଣ୍ଡା):- ଗଞ୍ଜାମ ଜିଲ୍ଲା ଦୁତୀୟ ବୃହତ୍ତମ ସହର ତଥା ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ଯୋଗୁଁ ବାରମ୍ବାର ଜିଲ୍ଲାପାଳ ଆସି ତଦାରଖ କରୁଥିଲେ ମଧ୍ୟ କିଛି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ଦେଖିବାକୁ ମିଳିଛି ଏନେଇ କିଛିଦିନ ବ୍ୟବଧାନ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦିଲ୍ଲିପ କୁମାର ମହାନ୍ତି ମଙ୍ଗଳବାର ହିଞ୍ଜିଳି ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ସଚିବ ଶ୍ରୀ ମହାନ୍ତି ହିଞ୍ଜିଳିକାଟୁ ବ୍ଲକର ମକରଝୋଳ ପଚାଂୟତର ବିଭିନ୍ନ ଏସ.ଏଚ.ଜି ଗ୍ରୁପର ମହିଳାଙ୍କ ସହ ଆଲୋଚନା କରି ସ୍ଥାନୀୟ ସ୍କୁଲର ଏକ ଡ଼ାଇନିଂ ହଲକୁ ବୁଲି ଦେଖିଥିଲେ ।ସେଠାରୁ ବାହାରି ପଲୀପଦ୍ମନାଭପୁର ଗ୍ରାମରେ ପଂହଚି ନିର୍ମାଣଧିନ କଲ୍ୟାଣମଣ୍ଡପୁ ବୁଲି ଦେଖିବା ସହିତ ବିଭିନ୍ନ ସମସ୍ୟ ନେଇ ଗ୍ରାମବାସୀଙ୍କ ସହ କଥା ହୋଇଥିଲେ । ସେଠାରୁ ବଡ଼ଖଣ୍ଡି ପଚାଂୟତରେ ପହଚିଂ ଏନ.ଆର.ଜି.ଏସ ସମେତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହିତ ନିର୍ମାଣଧିନ ଏକ ପାର୍କକୁ ମଧ୍ୟ ବୁଲି ଦେଖିଥିଲେ । ସାରୁ ପଚାଂୟତରେ ପହଚିଂ ଗ୍ରାମରେ ଥିବା ଏକ ଲାଇବ୍ରେରୀକୁ ମଧ୍ୟ ବୁଲି ଦେଖିବାପରେ ଶାସନ ଆମ୍ବଗାଁ ପଚାଂୟତର ରୁରାଲ ପାର୍କ ର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।ପରେ ହିଞ୍ଜିଳି ବ୍ଲକରେ ପହଚିଂ ବିଭିନ୍ନ ନିର୍ବାଚିତ ପ୍ରତିନିଧିଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ବିଭାଗର ପଦାଧିକାରଈଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବିଡ଼ିଓ ଶ୍ରୀ ପାତ୍ର, ଆଇଆଇସି ଶ୍ରୀ ଦାସ,ଏଇଇ ଶ୍ରୀ ହୋତା , ବ୍ଲକ ଅଧକ୍ଷ ଏନ.ରଘୁନାଥ, ଆତ୍ମା ଅଧ୍ୟକ୍ଷ ଏ.ସୁଦର୍ଶନ,ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ସମସ୍ତ ଜିଲ୍ଲା ପରିଷଦ ଓ ସରପଞ୍ଚ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here