କୁଇ ସମାଜ ର ଉନ୍ନୟନ ସମିତି ବୈଠକ ରେ ଯୋଗଦେଲେ ମୋହନା ବିଧାୟକ

0
271

ମୋହନା,୧୧/୧୨(ପ୍ରଭାତ ପାତ୍ର)- ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଳକ ହାଇସ୍କୁଲ ପଡିଆରେ କୁଇ (କନ୍ଧ) ଉନ୍ନୟନ ସମିତି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ମୋହନା ବିଧାୟକଙ୍କ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଉପସ୍ଥିତିର ରହି ବିଭିନ୍ନ ସମସ୍ୟା ବିଷୟ ରେ ଆଲଚନା କରିଥିଲେ ।ପ୍ରଥମେ ସ୍ଥାନୀୟ ଲୋକେ ବିଧାୟକ ଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ପରେ ପରେ ନିକଟ ଗ୍ରାମ ର ସମସ୍ୟା ବୁଲି ଦେଖିଥିଲେ କୁଇ ସମ୍ପ୍ରଦାୟକ ଲୋକ ଙ୍କ ସୁବିଧା ଅସୁବିଧା କଣ ଅଛି ପଚାରି ବୁଝିଥିଲେ ଓ ଏହି ସମସ୍ୟା ର ସମାଧାନ କୁ ନେଇ ବିଧାନସଭା ରେ ଉପସ୍ଥାପନା କରିବେ ବୋଲି ଜଣାଇଛନ୍ତି । ବିଧାୟକ ଶ୍ରୀଯୁକ୍ତ ଗମାଙ୍ଗ ଜଣାଇଛନ୍ତି କି କୁଇ(କନ୍ଧ) କୁଳ ପାଇଁ ଆବାସିକ ଉନ୍ନୟନ ନିମନ୍ତି ତାଙ୍କ ନିଜସ୍ୱ ବିଧାୟକ ପାଣ୍ଠି ରେ ଅର୍ଥ ଦେବେ ବୋଲି ପ୍ରତିସୁତି ଦେଇଛନ୍ତି । ଆଦିବାସୀ କୁଇ ସଙ୍ଘ ପକ୍ଷ ରୁ ଶିକ୍ଷକ ପଦବୀ ପୂରଣ ଓ କୁଇ ସମାଜ ର ଉର୍ନତି ନିମନ୍ତେ ସ୍ଥାନୀୟ କୁଇ ସମାଜ ଦାବି ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ଭାବେ ଯାକବ ମାଝୀ , ଗୋଷ୍ଟି ଉର୍ଣ୍ଣୟଣ ଅଧିକାରୀ ବଂଶୀଧର ଖସଲା କୁଇ ସଂଘଠନ ର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here