ପାରଳାଖେମୁଣ୍ଡି:୧୨/୧୨-( ପ୍ରଭାତ କୁମାର ପାତ୍ର ) -ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସଂଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫିଟ ଇଣ୍ଡିଆ ମାନ୍ୟତା ପ୍ରଦାନ କରାଯାଇଥିବା ଜଣାପଡିଛି।ଏହି ସ୍କୁଲରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଥିବା ଯୋଗୁଁ ଏହି ମାନ୍ୟତା ଦିଆଯାଇଥିବା ଜଣାପଡିଛି।ସ୍କୁଲ ପରିସରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ଛାତ୍ର ଛାତ୍ରୀ ଓ କର୍ମକତାମାନଙ୍କ ପାଇଁ ସୁସ୍ଥତା ଓ ପୋଷଣ ଉପରେ ଗୁରୁତ୍ୱ ପାଇଁ ଆହ୍ୱାନ ଦିଆଯାଇଛି।ଏଥିରେ ମୁଖ୍ୟତଃ ବ୍ୟାୟମ ମସ୍ତିଷ୍କକ କୁ ସକ୍ରିୟ ରଖିବା ପାଇଁ ବ୍ରକ୍ତୁତା କାର୍ଯ୍ୟକ୍ରମ, ସୁସ୍ଥ ଶରୀର, ସୁସ୍ଥ ମନ ପରିବେଶ ଶୀର୍ଷକରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶାରୀରିକ କାର୍ଯ୍ୟକ୍ରମ ଯୋଗ ନୂର୍ତ୍ୟ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା।ରଚନା, କବିତା, ଲିଖନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ଭାରତ ସରକାରଙ୍କ ପକ୍ଷରୁ ସଂଞ୍ଚୁରିଆନ ପବ୍ଲିକ ସ୍କୁଲକୁ ଫିଟ ଇଣ୍ଡିଆ ସ୍କୁଲ ଭାବେ ମାନ୍ୟତା ପ୍ରଦାନ କରାଯାଇଛି।ଏହାକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁନିତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ମୂଖ୍ୟ ପରିଚାଳକ ପ୍ରଦୀପ ପଣ୍ଡା କ୍ରୀଡ଼ା ଶିକ୍ଷକ ଜି. ମେଘାନାଥ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଖୁସିର ଲହରୀ ଖେଳାଇ ଦେଇଛି।