ଉଦଘାଟନ ପୂର୍ବରୁ ଘରୋଇ ମୋଟର କାର କମ୍ପାନୀର ଶିବିର

0
210

ହିଞ୍ଜିଳିକାଟୁ- ୨୪/ଡିସେମ୍ବର/୨୦୧୯(ପ୍ରିୟବ୍ରତ ପଣ୍ଡା)ହିଞ୍ଜିଳିକାଟୁ ଆର.ଏମ.ସି ପରିସରରେ ନିର୍ମାଣାଧୀନ ଅବସ୍ଥାରେ ରହିଥିବା ଆମିଷ ବଜାର ପରିସରରେ ଏକ ଘରୋଇ ମୋଟର ଯାନ କମ୍ପାନୀର ବିଜ୍ଞାପନ ଶିବିରକୁ ନେଇ ପୌର କର୍ତ୍ତୃପକ୍ଷଙ୍କ ସୌଜନ୍ୟଶୀଳତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ସୋମବାର ଏବଂ ମଙ୍ଗଳବାର ଦିନ ଉକ୍ତ ସ୍ଥାନରେ ଏକ ମୋଟର ଯାନ କମ୍ପାନୀ ଦୁଇଦିନ ଧରି ବିଜ୍ଞାପନ ଶିବିର ଆୟୋଜନ କରିଥିଲା। ଆସନ୍ତା ଦିନରେ ଏହି ଆମିଷ ବଜାରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ ଥିଲାବେଳେ ଉଦଘାଟନ ପୂର୍ବରୁ ଉକ୍ତ ସ୍ଥାନରେ ସେହି କମ୍ପାନୀ ଶିବିର କେମିତି କଲା ତାକୁ ନେଇ ମଧ୍ୟ ପୌର କର୍ତ୍ତୃପକ୍ଷ ସନ୍ଦେହ ଘେରକୁ ଆସିଛନ୍ତି। ତେବେ ଏହି ଶିବିରକୁ ଉକ୍ତ ସ୍ଥାନରେ କରିବା ପାଇଁ ସେହି ଘରୋଇ କମ୍ପାନୀ କାହାର ଅନୁମତି ନେଇଥିଲେ କିମ୍ବା ନେଇନଥିଲେ, ଯଦି ଅନୁମତି ନେଇନଥିଲେ ତେବେ ଲଗାତାର ଦୁଇଦିନ କେମିତି ସେହି ସ୍ଥାନରେ ଶିବିର ଆୟୋଜନ କରିବାରୁ ସେମାନଙ୍କୁ ବାରଣ କରାଗଲା ନାହିଁ କେମିତି। ଆଉ ଯଦି ପୌର କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କରିଥାନ୍ତି ତେବେ ନିର୍ମାଣାଧୀନ ଅବସ୍ଥାରେ ରହିଥିବା ସ୍ଥାନରେ ଏହି ଆୟୋଜନ ପାଇଁ ଅନୁମତି ଦେବା କେତେଦୂର ଠିକ ଯଦି କୌଣସି ଦୁର୍ଘଟଣା ଘଟି କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଥାଆନ୍ତା ସେଥିପାଇଁ କିଏ ଦାୟୀ ରହିଥାନ୍ତା??? ଏବଂ ଉଦଘାଟନ ପୂର୍ବରୁ ଏମିତି ଆୟୋଜନ ପାଇଁ ଅନୁମତି ପ୍ରଦାନ କରିବା କେତେଦୂର ଯଥାର୍ଥ, ଯୁକ୍ତିଯୁକ୍ତ ଏବଂ ସୌଜନ୍ୟ ତାହା କେବଳ ହିଞ୍ଜିଳିକାଟୁ ପୌର କର୍ତ୍ତୃପକ୍ଷ ହିଁ ସ୍ପଷ୍ଟ କରିପାରିବେ।

LEAVE A REPLY

Please enter your comment!
Please enter your name here