ମୂଖ୍ଯମନ୍ତୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହେଲା ଗୋପାଳପୁର ବେଳାଭୂମି ଉତ୍ସବ

0
309

ବ୍ରହ୍ମପୁର,୨୪/୧୨-(ହିମାଶୁଂ ଶେଖର ସାବତ) ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ଉତ୍ସବ କୁ ବିଧିବଦ୍ଧ ଭାବେ ଏହାକୁ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ୪ ଘଣ୍ଟା ସମୟରେ ଗୋପାଳପୁରଠାରେ ଥିବା ଅସ୍ଥାୟୀ ହେଲିପେଡ଼ରେ ଅବତରଣ କରି ସେଠାରୁ ସିଧା କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ଉପସ୍ଥିତ ନେତା, ଅଧିକାରୀଙ୍କ ଗହଣରେ ଗୋପାଳପୁର ମହୋତ୍ସବକୁ ଲୋକଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିଥିଲେ। ଏହା ସହ ହର୍ବାଲ ମେଳା ଏବଂ ପଲ୍ଲିଶ୍ରୀ ମେଳାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ସମ୍ମାନିତ ଅତିଥି ରୂପେ ଜଙ୍ଗଳ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଶୋକ ଚନ୍ଦ୍ର ପଣ୍ଡା, ପୋଲସରା ବିଧାୟକ ତଥା ଗଂଜାମ ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାଷ
ଚନ୍ଦ୍ର ବେହେରା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏମ୍.ଓ. କଲେଜ ଚେୟାରମ୍ୟାନ ଆକାଶ ଦାଶନାୟକ, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଧାୟିକା ଉଷା ଦେବୀ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରଥମ ଦିନରେ ବ୍ରହ୍ମପୁରର ଓଡ଼ିଶୀ ଡ଼୍ୟାନସ, ୱାଉ ଡ଼୍ୟାନସ ଏକାଡ଼େମୀ ବ୍ରହ୍ମପୁରର ମଡ଼ର୍ନ ଡ଼୍ୟାନସ, ହିଂଜିଳିକାଟୁର ଲକ୍ଷ୍ମୀନୃଶିଂହ କଳା ମନ୍ଦିର ପକ୍ଷରୁ ଡ଼୍ୟାନସ, ପ୍ରାରମ୍ଭିକ ସଂଗୀତ ଓଡ଼ିଶୀ ସଂଗୀତ ପରିଷର ବ୍ରହ୍ମପୁରର କଳାକାରମାନେ। ନରେନ୍ଦ୍ରପୁରର ଯୋଡ଼ିଶଂଖ, ବ୍ରହ୍ମପୁର ଗଂଜାମ କଳା ପରିଷଦର ଫକ୍ ଡ଼୍ୟାନସ, ମତ୍ସ୍ୟଜୀବୀଙ୍କ ଲୋକକଳା ପରିବେଷିତ ହୋଇଥିଲା। ଗଂଜାମ ତଥା ଓଡ଼ିଶାର କଳାସଂସ୍କୃତି ସହ ରାଜ୍ୟ ବାହାରୁ ମଧ୍ୟ ଉଚ୍ଚକୋଟିର କଳାସଂସ୍କୃତିକୁ ନିମନ୍ତ୍ରିତ କରାଯାଇଛି। ଯାହାକି ଦର୍ଶକ ଭରପୁର ଉପଭୋଗ କରିବାର ଯୋଜନା ରହିଛି। ଏଠାରେ ସୂଚନାଥାଉକି କୌଣସି କାରଣବଶତଃ ଦୈବ୍ୟଦୁର୍ବିପାକ ପାଇଁ ଗତ ତିନିବର୍ଷ ହେଲା ଏହି ବେଳାଭୂମି ମହୋତ୍ସବ ବନ୍ଦ ଥିଲା। ଯାହାକି ଏହିବର୍ଷ ମୁଖ୍ୟ ଆକର୍ଷଣକୁ ନେଇ ଅତି ସରଗରମ ରୂପେ ଏହି ମହୋତ୍ସବର ଚେୟାରମ୍ୟାନ ତଥା ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଗତ ୧୫ ଦିନ ହେଲା ତର୍ଜମା କରି ଏହାର ରୂପରେଖ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ବଲିଉଡ଼ର ବହୁ ନାମୀ କଳାକାର ତଥା ଗାୟକ ମାନେ ଆସୁଥିବା ଯୋଗୁଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଦର୍ଶକମାନଙ୍କର ସୁଅ ଛୁଟିବାର ଆଶା ରଖାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ପୋଲିସ୍ ପ୍ରଶାସନ ଏହି ମହୋତ୍ସବକୁ ପୁଙ୍ଖାନୁପୁଙ୍ଖ ଭାବରେ ନିରୀକ୍ଷଣ କରି ଏକ ସଫଳ ଉତ୍ସବରେ ଭେଟିଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଉଦଘାଟନ ଉତ୍ସବର ମୁଖ୍ୟ ଆକର୍ଷଣ ବଲିଉଡ଼୍ ଗାୟକ ସୋନୁ ନିଗମ୍ ନିଜର ସଂଗୀତ ମାଧ୍ୟମରେ ଲୋକଙ୍କୁ ମତୁଆଲା କରିଥିଲେ।

LEAVE A REPLY

Please enter your comment!
Please enter your name here