ଜାତୀୟ ଶିଶୁ ସୁରକ୍ଷା ଆଇନ୍ ସଦସ୍ଯ ଙ୍କ ଦିନିକିଆ ଗଜପତି ଗସ୍ତ

0
360

ପାରଳାଖେମୁଣ୍ଡି, ୨୪/୧୨(ପ୍ରଭାତ ପାତ୍ର)-ଜାତୀୟ ଶିଶୁ ସୁରକ୍ଷା ଆଇନ ସଦସ୍ୟ Dr. R. G ଆନନ୍ଦ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଥିଲେ। ଜିଲ୍ଲାରେ କୈାଣସି ଶିଶୁ ନିଜ ଅଧିକାରରୁ ବଞ୍ଚିତ ନହେବ ସେଥିପାଇଁ ଏହି ଶିବିର ଆୟୋଜିତ କରାଯାଇଛି ଏବଂ ଏ ସଂକ୍ରାନ୍ତର ସମସ୍ତ ଅଭିଯୋଗ ତୁରନ୍ତ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଏହାପରେ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗ ଦେଇ ଶିଶୁ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଏବଂ ଶିଶୁ ସୁରକ୍ଷା ଉପରେ ଆସିଥିବା ୫୦୦ରୁ ଉର୍ଦ୍ଧ୍ବ ଅଭିଯୋଗର ଶୁଣାଣୀ କରିଛନ୍ତି। ରାଜ୍ୟ ଶିଶୁ ସୁରକ୍ଷା ଆଇନ ସେଲ୍ ର ଅଧ୍ୟକ୍ଷା ସନ୍ଧ୍ୟା ବତୀ ପ୍ରଧାନ, ସଦସ୍ୟ ହରିହର ନାୟକ, ଗିତାଞ୍ଜଳି ବସ୍ତିଆ, ଜିଲ୍ଲାପାଳ ଅନୁପମ ସାହା, ଏସପି ସାରା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here