ଗଞ୍ଜେଇ ଗଛ ନଷ୍ଟ କଲେ ପୋଲିସ ଓ ଅବକାରୀ

0
557

 

ପାରଳାଖେମୁଣ୍ଡି, ୨୮/୧୨(ପ୍ରଭାତ ପାତ୍ର)- ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଗଛ କାଟିଛନ୍ତି। ମୋହନା ଥାନା ଅନ୍ତର୍ଗତ କୁଟିମେରା ଗ୍ରାମ ନିକଟସ୍ଥ ୬୮ ଏକର ଜଙ୍ଗଲ ଜମିରେ ହୋଇଥିବା ଏକ ଲକ୍ଷ ୩୬ ହଜାର ବେଆଇନ ଗଞ୍ଜେଇ ଚାଷକୁ କାଟିବା ପରେ ନିଆଁରେ ପୋଡ଼ି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ଗୁଡାଏ ଟଙ୍କା ହେବ । ଏହି ଗଞ୍ଜେଇ ନଷ୍ଟ ଅଭିଯାନରେ ମୋହନା ଏସଡିପିଓ ଅଶୋକ କୁମାର ମହାନ୍ତି, ମୋହନା ଆଇ ଆଇ ସି ସୁଜିତ୍ କୁମାର ନାୟକ ଓ ମାଜିଷ୍ଟ୍ରେଟ ଦାୟୀତ୍ବରେ ଥିବା ତହସିଲଦାର ଓ ଅବକାରୀ ଇନ୍ସପେକ୍ଟର ପଦ୍ମ ଚରଣ ସାହୁଙ୍କ ସମେତ ଥାନା କର୍ମଚାରୀ, ଅବକାରୀ ଓ ବନ କର୍ମଚାରୀ ପ୍ରମୁଖ ସାମିଲ ଥିଲେ । ପ୍ରତ୍ୟେକ ବର୍ଷ ଏହିଭଳି ମୋହନା ଓ ଅଡବା ଅଂଚଳରେ ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ କରି ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ତଥାପି ଆଦିବାସୀ ଦୁର୍ଗମ ଅଞ୍ଚଳରେ ଏହିଭଳି ବେଆଇନ ଗଞ୍ଜେଇ ଚାଷକୁ ଅଞ୍ଚଳବାସୀ ଆପଣାଉଛନ୍ତି । ଏହାକୁ ରୋକିବାପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏ ନେଇ ଥାନାରେ ୨୨୬/୧୯ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here