ବେପରୁଆ ଗାଡ଼ି ଚାଳକଙ୍କୁ ଜଗିବ ସ୍ପିଡ୍‌ ହଣ୍ଟର କ୍ୟାମେରା

0
256

ଛତ୍ରପୁର,୨୮/୧୨(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲାରେ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିପାଇଁ ସ୍ପିଡ୍‌ ହଣ୍ଟର ୨ ପ୍ଲସ୍‌ କ୍ୟାମେରା ଜିଲାକୁ ଆସିଛିା ଶୁକ୍ରବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଏହାର ଶୁଭାରମ୍ଭ କରିଛନ୍ତି। ଅଧିକ କ୍ଷମତାପୂର୍ଣ୍ଣ ଏହି କ୍ୟାମେରା ଷ୍ଟିଲ୍‌ ଫଟୋ ଉତ୍ତୋଳନ ସହ ଭିଡିଓ ରେକଡିଂ କରିବ l କ୍ୟାମେରା ଫୁଟେଜ୍‌ ଓ ଫଟୋକୁ ଆଧାର କରି ଦ୍ରୁତଗତିରେ ଓ ବେପାରୁଆ ଭାବେ ଗାଡି ଚଳାଉଥିବା ଚାଳକ ଓ ଗାଡିକୁ ଚିହ୍ନଟ କରାଯିବ l ଏହାଫଳରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସୁବିଧା ହେବ ବୋଲି କୁହାଯାଇଛି । ଏହି କ୍ୟାମେରା ଦିନ ବେଳା ୩୦୦ ମିଟର ଓ ରାତିରେ ୧୨୦ ମିଟର ଦୂରତା ପର୍ଯ୍ୟନ୍ତ ଗାଡିର ନମ୍ବର ଓ ଚାଳକ ଫଟୋ ଉତ୍ତୋଳନ ସହ ରେକଡିଂ କରିବାର କ୍ଷମତା ରଖିଥିବା ସୂଚନା ଦିଆଯାଇଛି। ଏଥିସହ ଉକ୍ତ କ୍ୟାମେରାର ଡାଟା ଅପଲୋଡ୍‌ ୪ଜି ସିମ୍‌ ଜରିଆରେ ହେବ। ଏହାପରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଇ-ଚାଲାଣ କଟାଯିବ। କ୍ୟାମେରା ଶୁଭାରମ୍ଭ ବେଳେ ଗଞ୍ଜାମ ଆରଟିଓ ସଞ୍ଜୟ ବିଶ୍ୱାଳ, ଡିଏସପି ଉତ୍କଳ କେଶରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here