ଓଡିଶା ବିଜୁଳି କର୍ମଚାରୀ ସଂଘର ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀ

0
225

 

ହିଞ୍ଜିଳିକାଟୁ,୨୯/୧୨(ପ୍ରିୟବ୍ରତ ପଣ୍ଡା):ହିଞ୍ଜିଳିକାଟୁ ନିକଟସ୍ଥ ଶ୍ୟାମଳାଇ ମନ୍ଦିର ଠାରେ ଓଡିଶା ବିଜୁଳି କର୍ମଚାରୀ ସଂଘ, ବ୍ରହ୍ମପୁର ତରଫରୁ ଦକ୍ଷିଣାଞ୍ଚଳ ଜୋନ ସ୍ତରରେ ଶନିବାର ଓ ରବିବାର ୨ ଦିନ ଧରି ଏକ ରାଜ୍ୟ ସ୍ତରୀୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସଙ୍ଘ ଉପ ସଭାପତି ସଞ୍ଜୟକୁମାର ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଭାବେ ସାଥି ପଞ୍ଚାନନ ଜେନା ଯୋଗ ଦେଇ ଲାଲ ପତାକା ଉତ୍ତୋଳନ କରିବା ସହ ସଭା କାର୍ଯ୍ୟ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭାରତୀୟ ବିଦ୍ୟୁତ ଶ୍ରମିକ ମହାସଂଘ ସହ ସମ୍ପାଦକ ସାଥି ତରୁଣ କାନ୍ତି ଭରଦ୍ୱାଜ ଯୋଗ ଦେଇଥିବା ବେଳେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ସାଥି କୈଳାସ ଚନ୍ଦ୍ର ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ସାଥି କାଳୁ ଚରଣ ସାହୁ,ସହ ସାଧାରଣ ସମ୍ପାଦକ ଏଲ ନିରଞ୍ଜନ ପାତ୍ର,ସହ ସଭାପତି ଜବାହରଲାଲ ବିଷୋୟୀ, ରାକେଶ କୁମାର ସ୍ୱାଇଁ, କେ ମୋହନ ରେଡ୍ଡୀ ଓ ସଞ୍ଜୟ କୁମାର ତ୍ରିପାଠୀ, ଗୌର ସାହୁ ପ୍ରମୁଖ ମଞ୍ଚସିନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ,ସଭାପତିଙ୍କ ସମେତ ସଦସ୍ୟବୃନ୍ଦ କର୍ମଚାରୀ ମାନଙ୍କ ପ୍ରତି ରାଜ୍ୟ ସରକାର, ସାଉଥକୋ ଓ ଓପିଟିସିଏଲ ର କ୍ରୀତଦାସ ପ୍ରଥା ଓ ବିଦ୍ୟୁତ ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଶୋଦଗାର କରିଥିଲେ।ସେମାନେ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନିରବିଛିନ ବିଦ୍ୟୁତ ସେବା, କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି, ଆଉଟ ସୋର୍ସ ଠିକା ପ୍ରଥା ବନ୍ଦ କରିବା, ପ୍ରତିମାସ ପହିଲାରେ ଦରମା ଓ ପେନସନ ପ୍ରଦାନ କରିବା, ସମସ୍ତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ନିୟମ ୧୯୭୦ ଏବଂ୧୯୭୧ ର ୨୫(୫)A ଅନୁଯାୟୀ ଦରମା ଓ ଅନାନ୍ୟ ସୁବିଧା, କାର୍ଯ୍ୟ କ୍ଷେତ୍ରରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ଯୋଗ୍ୟତା ଅନୁସାରେ ସ୍ଥାୟୀ ନିଯୁକ୍ତି ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଦାବି ରଖିଥିଲେ। ଏହା ସହିତ ଜାତୀୟ ନାଗରିକ ପଞ୍ଜିକରଣ, ନାଗରିକ ସଂଶୋଧନ ଆଇନ ଓ ବିଦ୍ୟୁତ ଶିଳ୍ପରେ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପରେ ୪୫ଜଣିଆ କମିଟି ମଧ୍ୟରୁ ୧୦ଜଣ କର୍ମକର୍ତ୍ତା ସର୍ଵ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ୬ଟି ସର୍କଲ, ୧୮ଟି ଡିଭିଜନ ବିଭିନ୍ନ ସବ ଡିଭିଜନରୁ ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here