ବ୍ରହ୍ମପୁର : ଭୂବନେଶ୍ୱର ରେ ମହିଳା ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେ ସହର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିନ୍ଦା, ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ପାଇଁ ସରକାର ଙ୍କ ଠାରେ ଦାବୀ

0
194

ବ୍ରହ୍ମପୁର,୨୯/୧୨-(ହିମାଂଶୁ ଶେଖର ସାବତ) ଗତକାଲି ଅର୍ଗସର ମହିଳା ସାମ୍ବାଦିକା ସ୍ୱାତୀ ଜେନା ଙ୍କୁ ଭୁବନେଶ୍ୱର ଏସପ୍ଲାନେଡ଼କୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ସିକ୍ୟୁରିଟି ଗାର୍ଡ, ପାର୍କିଂ ମ୍ୟାନେଜରଙ୍କ ସମେତ କିଛି ବ୍ୟକ୍ତି ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ହୋଇଛି। ସରକାରୀ ନିୟମ ଅନୁସାରେ ମଲ୍ ମାନେ ଆଉ ପାର୍କିଂ ଫି ଆଦାୟ ମନା ହୋଇଥିବା ବେଳେ ଏସପ୍ଲାନେଡ଼ ମଲ୍ ପକ୍ଷରୁ ରୀତିମତ ଫି ଆଦାୟ କରାଯାଉଥିଲା।ଏହାର ପର୍ଦାଫାସ କରିବାକୁ ଯାଇଥିବା ସାମ୍ବାଦିକା ଉପରକୁ ଆକ୍ରମଣ ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଉଠିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବେଟି ବଚାଓ, ନାରୀ ଶକ୍ତି,ମିଶନ ଶକ୍ତି ସହ ମା କୁ ସମ୍ମାନ ଭଳି କାର୍ଯ୍ୟକ୍ରମ କରୁଥିବା ବେଳେ ମଲ ମାଲିକଙ୍କ ଏଭଳି ଆଚରଣ ଓ ଆକ୍ରମଣ ନିନ୍ଦନୀୟ।ଆଜି ଏହାର ପ୍ରତିବାଦରେ ସାମ୍ବାଦିକ ମାନେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାର ପ୍ରତିବାଦ ରେ ଆଜି ସହର ର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଦିନ ୧୧ ଟା ବେଳେ ଗାନ୍ଧୀ ନଗର ଛକ ରେ ଥିବା ଗାନ୍ଧୀ ମୂର୍ତ୍ତି ପାଖରେ ଏକତ୍ରୀତ ହୋଇ ଏହାର ନିନ୍ଦା କରାଯିବା ସହ ତୁରନ୍ତ ସରକାର ସାମ୍ବାଦିକ ମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରାଯିବାକୁ ଦାବୀ ହୋଇଥିଲା।

LEAVE A REPLY

Please enter your comment!
Please enter your name here