ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଆଇଏଏସ୍ ଅଧିକାରୀ

0
162

ଭୂବନେଶ୍ୱର ୩୦/୧୨(ବ୍ୟୁରୋ ରିପୋର୍ଟ) ଉଦ୍ୟାନକୃଷି ବିଭାଗ ନିର୍ଦେଶକ ଡ଼ଃ ବିଜୟ କେତନ ଉପାଧ୍ୟାୟ ଆଜି ଅଫିସ ଭିତରେ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । “ମୋ ସରକାର” ରେ ଅଭିଯୋଗ ଆସିଲା ପରେ ସେ ଭିଜିଲାନ୍ସ ସ୍କାନର ରେ ଥିଲେ।ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ (ଆଇ ଏ ଏସ)ଲକ୍ଷେ ଟଙ୍କା ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ।ବହୁଦିନ ଧରି ଉଦ୍ୟାନ ଓ କୃଷି ବିଭାଗର ନିର୍ଦେଶକ ଏକ ବିଲ ପାସ କରାଇବା ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ।ତାଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବା ସୂଚନା ମିଳିଛି।୨୦୦୯ ବ୍ୟଚ ର ଆଇ ଏ ଏସ ହେଉଛନ୍ତି ବିଜୟ କେତନ।ତାଙ୍କ ବାଲେଶ୍ୱର ସ୍ଥିତ ଘର ,କାର୍ଯ୍ୟାଳୟ ଉପରେ ମଧ୍ୟ ଏକ ସମୟରେ ଚଢ଼ାଉ।ବିଜୟ କେତନ ଙ୍କ ଶଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଚଢ଼ାଉ ହେଇଥିବା ଖବର ମିଳିଛି।ଚଢ଼ାଉ ରେ ସହଯୋଗ କରିବା ପାଇଁ ଆଉ ଦୁଇଟି ଭିଜିଲାନ୍ସ ଦଳ କଟକରୁ ଆସିଛନ୍ତି।

LEAVE A REPLY

Please enter your comment!
Please enter your name here