ମହାନ୍ ସଂଘ ପକ୍ଷ ରୁ ଶୀତ ଜ୍ୟାକଟ ବଣ୍ଟନ

0
350

 

ବ୍ରହ୍ମପୁର, ୦୩/୦୧/୨୦୨୦(ବ୍ୟୁରୋ ରିପୋର୍ଟ) ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ମହାନ୍ ସଂଘ ପକ୍ଷ ରୁ ନୁତନ ବର୍ଷ କୁ ସାମାଜିକ କାର୍ଯ୍ୟକ୍ରମ ରେ ଆରମ୍ଭ କରାଯାଇଛି। ପ୍ରଥମ ଦିନ ଚାରାରୋପଣ ଓ ଜରାନିବାସ ର ଅନ୍ତେବାସୀ ଙ୍କୁ ମଧ୍ଯାହ୍ନ ଭୋଜନ ପ୍ରଦାନ କରିବା ସହ ଆଜି ଷ୍ଟେସନ ରୋଡ ଠାରେ ରିକ୍ସା ଚାଳକମାନଙ୍କୁ ଶୀତ ଜ୍ୟାକଟ ବଣ୍ଟନ କରାଯାଇଥିଲା। ସଂଘ ର ସଭାପତି ସୁଶାନ୍ତ ସାବତ ସଂଘ ପକ୍ଷ ରୁ ଉପସ୍ଥିତ ରିକ୍ସା ଚାଳକମାନଙ୍କୁ ଶୀତ ଜ୍ୟାକଟ ବଣ୍ଟନ କରିଥିଲେ। ଚଳିତ ମାସରେ଼ ବିଭିନ୍ନ ବର୍ଗର ଲୋକଙ୍କୁ ଆହୁରି ଶୀତ ଜ୍ୟାକଟ ବଣ୍ଟନ କରାଯିବ ବୋଲି ଶ୍ରୀ ସାବତ କହିଥିଲେ। ବିଭିନ୍ନ ସଂଗଠନ, ରାଜନୈତିକ ଦଳମାନେ ନୁତନ ବର୍ଷ କୁ ସ୍ବାଗତ କୁ ଅଯଥା ରେ ହୋଡିଂ ର ପ୍ରଚାର, ପ୍ରସାର ରେ ଖର୍ଚ୍ଚ ନକରି ଜନହିତକର କାର୍ଯ୍ୟ ରେ ବିନିଯୋଗ କରିବା ନିମନ୍ତେ ଆହ୍ବାନ କରିଥିଲେ।

LEAVE A REPLY

Please enter your comment!
Please enter your name here