ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର ଉଦଘାଟନ

0
337

 

ପାରଳାଖେମୁଣ୍ଡି୦୩/୦୧/୨୦୨୦(ପ୍ରଭାତ ପାତ୍ର)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ସକାଳ ସମୟରେ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି। ଆଜି ଏହି ଶିବିରରେ ୩୦ରୁ ଉଦ୍ଧ ଶିଶୁଙ୍କର ଜନ୍ମ ଗତ ବଙ୍କା ପାଦକୁ ଅପରେଶନ ମାଧ୍ୟମରେ ଠିକ୍ କରାଯିବା ନିମନ୍ତେ ଏକ ଡାକ୍ତର ଟିମ ପାରଳା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିଛନ୍ତି। ଏସ. ଭି. ନିରାଟାର, ଓଲଟାପୁର, କଟକର କୁଶଳୀ ଟିମ ଦ୍ୱାରା ଏହି ଶିବିରରେ ଅସ୍ତ୍ରୋପଚାର କରାଯିବ। ଅସ୍ତ୍ରୋପଚାର ପରେ ପିଲାମାନଙ୍କୁ ତାଙ୍କ ପାଦ ଅନୁସାରେ ଯୋତା ଏସ. ବି. ନିରତାର ମାଧ୍ୟମରେ ଏବଂ ଜିଲ୍ଲା ସଅଳ ଚିକିତ୍ସା ଓ ପରିକ୍ଷା କେନ୍ଦ୍ର ଜରିଆରେ ଫିଜିଓଥେରାପି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଶିଶୁ ମାନଙ୍କ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡା ହୋଇ ପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ଆସିପାରିବେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ, ଏଚ ଏବଂ ଏଫଡାବ୍ଲୁ ବିଭାଗର ପ୍ରୟାସରେ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡଃ:ଗୁନୁରାଣୀ ପଟ୍ଟନାୟକ, ପି. କେ. ପାତ୍ର ଡିଏମଓ, ଡା. ଶାନ୍ତନୁ ପାଢୀ ସହ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ।

LEAVE A REPLY

Please enter your comment!
Please enter your name here