୬୨ତମ ସିନିୟର ପୁରୁଷ ଜାତୀୟ ବକ୍ସିଂ ଚମ୍ପିୟାନସିପରେ ଭାଗ ନେବା ପାଇଁ ବକ୍ସିଂ ଓଡିଶା ଦଳ ର ୬ ଜଣିଆ ପ୍ରତିନିଧି ଙ୍କ ରାୟବରେଲୀ ଅଭିମୂଖେ ଯାତ୍ରା

0
345

ବ୍ରହ୍ମପୁର, ୦୩/୦୧/୨୦୨୦-(ବ୍ୟୁରୋ ରିପୋର୍ଟ) – ୬୨ ତମ ସିନିୟର ପୁରୁଷ ଜାତୀୟ ବକ୍ସିଂ ଚମ୍ପିୟାନସିପରେ ଭାଗ ନେବା ପାଇଁ ବକ୍ସିଂ ଓଡିଶା ଦଳ ର ୬ ଜଣିଆ ପ୍ରତିନିଧି ଦଳ ଆଜି ଉତ୍ତର ପ୍ରଦେଶର ରାୟବରେଲୀ ଅଭିମୂଖେ ଯାତ୍ରା କରିଛନ୍ତି। ସେଠାରେ ଚଳିତମାସ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ରେ ଭାଗ ନେବା ପାଇଁ, ତନୁଜ ନାୟକ, ଗଣେଶ କୁମାର ଗୌଡ, ସନ୍ତୋଷ କୁମାର ବେହେରା, ଦୁର୍ଗା ପ୍ରସାଦ ଦାସ, ଆଲୋକ କୁମାର ମଲ୍ଲିକ, ସୁଧୀର ବେହେରା ଙ୍କ ସମେତ କୋଚ ମନୋରମା ମହାରଣା ପ୍ରମୂଖ ଯାତ୍ରା କରିଛନ୍ତି। ଆଜି ରେଲଓ୍ବେ ଷ୍ଟେସନ ଠାରେ ବକ୍ସିଂ ଓଡିଶା ର ସଭାପତି ଟି.କ୍ରିଷ୍ଣା ପାତ୍ର, ଉପସଭାପତି ସୁଖେନ୍ଦୁ ଦାସ, ସାଧାରଣ ସଂପାଦକ କବିରାଜ ଗୌଡ ପ୍ରମୂଖ ପ୍ରତିଯୋଗୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କରିବା ସହ ପ୍ରତିଯୋଗିତା ରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here